ଧିରେଧିରେ ସୁସ୍ଥ ହେଉଛନ୍ତି ସଲମାନ ରସଦି, ଭେଣ୍ଟିଲେଟରରୁ ବାହାରିଲେ...

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ :  ୭୫ ବର୍ଷୀୟ ପ୍ରସିଦ୍ଧ ଲେଖକ ସଲମାନ୍ ରସଦି ଧିରେଧିରେ ସୁସ୍ଥ ହେଉଛନ୍ତି । ସେ ଏବେ ଭେଣ୍ଟିଲେଟରରୁ ବାହାରକୁ ଆସିଛନ୍ତି । ଶୁକ୍ରବାର ତାଙ୍କ ଉପରେ ଏକ କାର୍ଯ୍ୟକ୍ରମରେ ଆକ୍ରମଣ ହୋଇଥିଲା । ଆତତାୟୀ ତାଙ୍କୁ ଛୁରା ମାଡ କରି ଗୁରୁତର କରିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଯକୃତ ଓ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଥିଲା ।  

ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଏଜେଣ୍ଟ୍ ଆଣ୍ଡ୍ର୍ୟୁ ଓ୍ୱାଏଲି କହିଛନ୍ତି ଯେ, ରସଦିଙ୍କ ଭେଣ୍ଟିଲଟରରୁ ବାହାର କରାଯାଇଛି । ଏବେ ସେ କଥା ହୋଇପାରିବେ । ଅନ୍ୟପକ୍ଷରେ ନ୍ୟୁୟର୍କ ପୋଲିସ କହିଛି ଯେ, ଆକ୍ରମଣ କରିଥିବା ୨୪ ବର୍ଷୀୟ ଯୁବକକୁ ରିମାଣ୍ଡରେ ଅଣାଯାଇଥିଲା । ତେବେ ସେ କୋର୍ଟରେ ନିଜ ଦୋଷ ମାନିନଥିଲା ।

ପୁଅ ଜାଫର ରଖିଲେ ପ୍ରତିକ୍ରିୟା

ସଲମାନଙ୍କ ପୁଅ ଜାଫର ରସଦି କହିଛନ୍ତି ଯେ, ବାପା କଥା କହିବା ସ୍ଥିତିରେ ଅଛନ୍ତି । ତାଙ୍କର ଭେଣ୍ଟିଲେଟର ସପୋର୍ଟ ହଟାଇ ଦିଆଯାଇଛି । ଆକ୍ରମଣକାରୀ ତାଙ୍କ ଉପରେ ଅନେକ ଥର ଛୁରା ମାଡ କରିଥିଲା । ଏପରିକି ମାଡ ମଧ୍ୟ ମାରିଥିଲା ।

ଜାଫର ଆହୁରି କହିଛନ୍ତି ଯେ, ଶୁକ୍ରବାର ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଲଗାତର ଭାବେ ତାଙ୍କର ଚିକିତ୍ସା ଜାରି ରହିଛି । ଯେପରି ଆକ୍ରମଣ ହୋଇଛି ତାହା ଗୁରୁତର । ଯେଉଁଥିପାଇଁ ଜୀବନ ପୁରା ବଦଳିପାରେ ।  ଏବେ ଆଉ ଅତିରିକ୍ତ ଅକ୍ସିଜେନର ଆବଶ୍ୟକତା ନାହିଁ । ଏବେ ସେ ଅଳ୍ପଅଳ୍ପ କଥା ହେଉଥିବା । ତେବେ ବାପାଙ୍କୁ ଆକ୍ରମଣ ପରେ ଯେଉଁମାନେ ସାହସ ଦେଖାଇ ରକ୍ଷା କରିଥିଲେ ସେମାନଙ୍କୁ ଜାଫର ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.