ମୁମ୍ୱାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ପୋଲିସ ଦ୍ୱାରା ଦାଖଲ ଅଭିଯୋଗ ଫର୍ଦ୍ଦରେ କୁହାଯାଇଛି ଯେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ୨୫ ଲକ୍ଷ ଟଙ୍କା ସୁପାରି ଦେଇଥିଲା । ଅଭିଯୁକ୍ତମାନେ ପାକିସ୍ତାନରୁ ଅତ୍ୟାଧୁନିକ ହତିଆର AK 47, AK 92 ଏବଂ M-16 ଏବଂ ତୁର୍କୀ ତିଆରି ହତିଆର ମଧ୍ୟ କିଣିବା ପାଇଁ ଯୋଜନା କରୁଥିଲେ । ଏହି ହତିଆରରେ ପଞ୍ଜାବୀ କଣ୍ଠଶୀଳ୍ପି ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା ।
ନଭି ମୁମ୍ୱାଇ ପୋଲିସ ଦ୍ୱାରା ଚାର୍ଜସିଟରେ କୁହାଯାଇଛି ଯେ ସଲମାନଙ୍କୁ ହତ୍ୟା କରିବା ପାଇଁ ୨୦୨୩ ଅଗଷ୍ଟରୁ ୨୦୨୪ ଏପ୍ରିଲ୍ ମଧ୍ୟରେ କରାଯାଇଥିଲା । ପୋଲିସ ଏହା ମଧ୍ୟ କହିଛି ଯେ ପ୍ରାୟ ୬୦ରୁ ୭୦ ଲୋକ ସଲମାନ୍ ଖାନଙ୍କ ପ୍ରତିଟି ଗତିବିଧିର ଖବର ରଖୁଥିଲେ । ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ ସଲମାନଙ୍କ ମୁମ୍ୱାଇ ଘର, ପନ୍ୱେଲ୍ ଫାର୍ମ ହାଉସ୍ ଏବଂ ଗୋରେଗାଓଁର ଫିଲ୍ମ ସିଟିରେ ସଲମାନ୍ ଖାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଥିଲା ।
ପୋସିସ ଚାର୍ଜସିଟ୍ ଅନୁସାରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ୧୮ ବର୍ଷରୁ କମ ବୟସର ନାବାଳକଙ୍କୁ ଦାୟିତ୍ୱ ଦେଇଥିଲେ । ପୋଲିସ ଏହା ମଧ୍ୟ କହିଛି ଯେ ଶୁଟରମାନେ ଗୋଲ୍ଡି ବରାଡ ଏବଂ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶକୁ ଅପେକ୍ଷ କରିଥିଲେ । ଅର୍ଡର ମିଳିବା ପରେ ପାକିସ୍ତାନକୁ କିଣାଯାଇଥିବା ଅତ୍ୟାଧୁନିକ ହତିଆରରେ ସଲମାନଙ୍କ ଉପରେ ଆକ୍ରମଣ କରିଥାନ୍ତେ । ସମସ୍ତ ଶୁଟର ପୁଣେ, ରାୟଗଡ଼, ନଭି ମୁମ୍ୱାଇ, ଥାଣେ ଏବଂ ଗୁଜରାଟରେ ଲୁଚି ରହିଛନ୍ତି ।
ପୋଲିସ ଚାର୍ଜସିଟରେ ଦାବି କରାଯାଇଛି ଯେ ସଲମାନଙ୍କୁ ମାରିବା ପରେ ଫେରାର ପ୍ଲାନ ପ୍ରସ୍ତୁତ କରିଥିଲେ । ହତ୍ୟା କରିବା ପରେ ସମସ୍ତଙ୍କୁ କନ୍ୟାକୁମାରୀରେ ଏକାଠି ହେବା ପାଇଁ କୁହାଯାଇଥିଲା । ସେଠାରେ ବୋଟ୍ ଜରିଆରେ ସମସ୍ତେ ଶ୍ରୀଲଙ୍କା ପହଞ୍ଚିଥାନ୍ତେ ଏବଂ ପରେ ସେଠାରୁ ଅଲଗା ଅଲଗା ଦେଶକୁ ପଠାଯାଇଥାନ୍ତା । ତଦନ୍ତରେ ଜଣାପଡ଼ିଛି ଯେ ହତ୍ୟା ପାଇଁ କୁଖ୍ୟାତ ଶୁଟର ଅଜୟ କଶ୍ୟପ ଓରଫ ଏକେ ଏବଂ ଷଡ଼ଯନ୍ତ୍ରରେ ସାମିଲ ଚାରି ଅନ୍ୟ ଲୋକଙ୍କୁ ଦାୟିତ୍ୱ ଦିଆଯାଇଥିଲା । କଶ୍ୟପ ଏବଂ ତାଙ୍କ ଟିମ୍ ସଲମାନଙ୍କ ଫାର୍ମହାଉସର ରେକି କରିଥିଲେ ।