ଆସନ୍ତା ବର୍ଷ ପରଦାକୁ ଫେରୁଛି ‘Tiger', ଇଦ୍‌ରେ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍‌ ଦେବେ ସଲମାନ

Published By : Prameya-News7 Bureau | August 15, 2022 IST

ମୁମ୍ଵାଇ ୧୫।୦୮: ବ୍ଲକବଷ୍ଟର ଫିଲ୍ମ ‘ଏକ ଥା ଟାଇଗରର’। ଆଜି ଏହି ଫିଲ୍ମକୁ ୧୦ ବର୍ଷ ପୁରିଛି। ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଏହି ଫିଲ୍ମରେ ଧମାକାଦାର ଆକ୍ସନ ଦେଖାଇଥିଲେ। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ  ଏହି ଫିଲ୍ମ ୨୦୧୨ ଅଗଷ୍ଟ ୧୫ରେ ରିଲିଜ୍‌ କରିଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଥିଲା ​​। ବକ୍ସ ଅଫିସରେ ଏହାର ମୋଟ ରୋଜଗାର ୧୮୬ କୋଟିରୁ ଅଧିକ ହୋଇଥିଲା। ଚଳଚ୍ଚିତ୍ରର ଅପାର ସଫଳତା ପରେ ବର୍ତ୍ତମାନ ସଲମାନ ପାର୍ଟ-୩ ତଥା 'ଟାଇଗର' 'ସହିତ ଦର୍ଶକଙ୍କୁ ପୁଣି ମନୋରଞ୍ଜନ କରିବାକୁ ଯାଉଛନ୍ତି। 'ଟାଇଗର'ର ସୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ।

wp:html
/wp:html

'ଏକ ଥା ଟାଇଗର'ର ୧୦ ବର୍ଷ ପୂରଣ ହେବା ପରେ ସଲମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, '# 10YearsOfEkthaTiger .. ଏବଂ ଯାତ୍ରା ଜାରି ରହିଛି । ଇଦ୍ ୨୦୨୩ରେ # Tiger-3 ପାଇଁ ପ୍ରସ୍ତୁତ ରୁହ।

ସଲମାନ-କ୍ୟାଟ୍ରିନାଙ୍କ ଆଗାମୀ ଚଳଚ୍ଚିତ୍ର 'ଟାଇଗର -୩' ୨୧ ଏପ୍ରିଲ୍‌ ୨୦୨୩ରେ ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ  ରିଲିଜ୍‌ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ମନୀଶ ଶର୍ମା। ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ଇମ୍ରାନ୍‌ ହାସମୀ ମଧ୍ୟ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.