ନୂଆଦିଲ୍ଲୀ ୨୩।୦୩; ଉତ୍ତରପ୍ରଦେଶର ସହାରନପୁରରୁ ଆସିଛି ଏକ ହୃଦୟ ବିଦାରକ ଖବର । ଜଣେ ବିଜେପି ନେତା ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ଗୁଳି କରି ଦେଇଥିବା ଖବର ସାମ୍ନାକୁ ଆସିଛି । ସନ୍ଦେହ ହେତୁ ସେ ପ୍ରଥମେ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତା’ପରେ ସେ ତାଙ୍କ ତିନି ପିଲାଙ୍କୁ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥିଲେ। ଏହି ଘଟଣାରେ ସମସ୍ତ ତିନି ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ପତ୍ନୀ ନେହା ଚଣ୍ଡିଗଡ଼ର PGI ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଯୋଗେଶ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ନେହାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବାର ସୂଚନା ତାଙ୍କୁ ମିଳିଥିଲା। ଏହି ପ୍ରସଙ୍ଗରେ ଅନେକ ଥର ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ଏହି ବିଷୟକୁ ନେଇ ସେ ବହୁତ ଦିନ ଧରି ଚାପରେ ଥିଲେ। ଶନିବାର ଦିନ ଯେତେବେଳେ ସେ ଘରେ ଥିଲେ, ତାଙ୍କ ସ୍ତ୍ରୀ ଏକ ରୋମାଣ୍ଟିକ ଗୀତ ଗାଉଥିଲେ। ସେହି ଗୀତ ଶୁଣିବା ପରେ ଯୋଗେଶ ନେହାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ଏହାପରେ ଯୋଗେଶ ନିଜେ ତାଙ୍କର ତିନି ପିଲାଙ୍କୁ ସ୍କୁଲରୁ ଆଣିଥିଲେ। ଘରକୁ ଫେରିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଯୋଗେଶଙ୍କ ତାଙ୍କ ସ୍ତ୍ରୀ ପ୍ରତି ରାଗ ଏତେ ବଢ଼ଯାଇଥିଲା ଯେ ସେ ନେହାଙ୍କ ମୁଣ୍ଡକୁ ତାଙ୍କର ଲାଇସେନ୍ସପ୍ରାପ୍ତ ପିସ୍ତଲରେ ଗୁଳି ଚଳାଇଲେ। ଏହି ଦୃଶ୍ୟ ଦେଖି ଉକ୍ତ କୋଠରୀରେ ଥିବା ପିଲାମାନେ ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ସେ ତାଙ୍କ ଝିଅ ଶ୍ରଦ୍ଧା, ପୁଅ ଦେବାଂଶ ଏବଂ ଶିବାଂଶଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ।
ଚାରି ଜଣଙ୍କୁ ଗୁଳି କରିବା ପରେ ଯୋଗେଶ ନିଜେ ପୋଲିସକୁ ତାଙ୍କ କାର୍ଯ୍ୟ ବିଷୟରେ ଜଣାଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗେଶଙ୍କୁ ହେପାଜତକୁ ନେଇ ତାଙ୍କ ପିସ୍ତଲ ଜବତ କରିଥିଲା। ତେବେ ପଚରାଉଚରା ସମୟରେ ପୋଲିସକୁ କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିବା ପରେ ସେ ପିଲାମାନଙ୍କୁ ହତ୍ୟା କରିଥିଲେ । କାରଣ ସେ ପରେ ସେମାନଙ୍କ ସହିତ କ’ଣ ହେବ ସେ ବିଷୟରେ ଚିନ୍ତିତ ଥିଲେ। ଏପରିକି ସେ ନିଜକୁ ଗୁଳି କରିବାକୁ ଭାବିଥିଲେ। ହେଲେ ସେ ଗୁଳି କରି ଆତ୍ମହତ୍ୟା କରିବାକୁ ଭୟ କରୁଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଭାଜପା ନେତା ଯୋଗେଶଙ୍କୁ ପଚରାଉଚରା କରୁଛି। ଏହା ବ୍ୟତୀତ ଯୋଗେଶଙ୍କ ତିନି ପିଲାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଉଛି।