ନୂଆଦିଲ୍ଲୀ: ଲର୍ଡ୍ସରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲର ତୃତୀୟ ଦିନରେ ହାତରେ କଳା ପଟି ପନ୍ଧି ମୌଦାନକୁ ଓହ୍ଲାଇଥିଲେ ଖେଳାଳି ଓ ଅଫିସିଆଲ୍ସ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ନିଜ ହାତରେ କଳା ପଟି ପିନ୍ଧିଥିଲେ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପାଇଁ ଦୁଇ ଦେଶର ଖେଳାଳି ଏଭଳି କରିଥିଲେ । କେବଳ ଏତିକି ନୁହେଁ, ମୃତକଙ୍କ ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରିଥିଲେ ।
ମ୍ୟାଚ୍ ଆରମ୍ଭ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ନାସେର ହୁସେନ କହିଥିଲେ, "ଖେଳାଳିମାନେ ବ୍ଲାକ୍ ଆର୍ମ ବ୍ୟାଣ୍ଡ ପିନ୍ଧିଛନ୍ତି । ଇଂଲଣ୍ଡରେ ଆମେ ମଜା କରୁଥିବା ବେଳେ, ଆମର ବେଦନା ଭାରତରେ ଘଟିଥିବା ଘଟଣା ପ୍ରତି ରହିଛି । ଏହି ଦୁଃଖଦ ଘଟଣାରେ ପୀଡ଼ିତଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ଆମ ସହ ସାମିଲ ହୁଅନ୍ତୁ ।"
Today All the players wearing black band in WTC final to give respects to all the people who lost their lives in a tragic incident yesterday in Ahmedabad, India. 💔
— RJ ALOK (@OYERJALOK) June 13, 2025
Indian team and support staff also wearing black armbands in England.
A minute of silence was observed to pay… pic.twitter.com/DiRi1e4THK
ଗୁରୁବାର ଅହମ୍ମଦାବାଦରୁ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟେକଅଫ୍ କରିବାର କିଛି ସେକେଣ୍ଡ ମଧ୍ୟରେ ହିଁ ବିମାନ ଏକ ମେଡିକାଲ କଲେଜର ହଷ୍ଟେଲରେ ପିଟି ହୋଇଥିଲା । ଏହି ବିମାନରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ସାତ ଜଣ ପର୍ତ୍ତୁଗୀଜ ନାଗରିକ ଏବଂ ଜଣେ କାନାଡିଆନ ନାଗରିକ ଥିଲେ । ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବିମାନର କ୍ୟାପ୍ଟେନ ସୁମିତ୍ ସବରୱାଲ ୮,୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ସହିତ ଲାଇନ୍ ଟ୍ରେନିଂ କ୍ୟାପ୍ଟେନ ଥିଲେ । ୧,୧୦୦ ଘଣ୍ଟା ଉଡ଼ାଣ ଭରିଥିବା କ୍ଲାଇଭ କୁନ୍ଦରଙ୍କୁ ପ୍ରଥମ ଅଧିକାରୀ ଭାବେ ଆସିଷ୍ଟ କରୁଥିଲେ ।