ହାଇଓ୍ବା ଧକ୍କାରେ ଜଣେ ମୃତ, ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକ ଓ ପରିବାର

Published By : Prameya-News7 Bureau | February 12, 2020 IST

ଯାଜପୁର ୧୨।୦୨: ଯାଜପୁର ଗୋପବନ୍ଧୁ ମାର୍ଗ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି । ମୃତକ ତନ୍ମୟ ବରାଳ । ସେ ଜିନ୍ଦଲ ପ୍ଲାଣ୍ଡରେ ଠିକା ଶ୍ରମିକ ଭାବେ କାମ କରୁଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ନିଜ କାମ ସାରି ଫେରୁଥିବା ସମୟରେ ଗୋପବନ୍ଧୁ ମାର୍ଗ ନିକଟରେ ସମ୍ମୁଖରୁ ଆସୁଥିବା ହାଇଓ୍ବା ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ହେବା ଦ୍ବାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ତନ୍ମୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟଲୋକ ଓ ପରିବାର ପକ୍ଷରୁ  ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.