୭୫ ବର୍ଷ ବିତିଗଲା, ଆସନ୍ତୁ ଯେଉଁଠି ଛାଡ଼ିଥିଲେ ସମ୍ପର୍କ ସେଇଠୁ ସୁଧାରିବା: ଭାରତକୁ ବନ୍ଧୁତ୍ୱର ନିମନ୍ତ୍ରଣ ଦେଲା ପାକିସ୍ତାନ

Published By : Prameya-News7 Bureau | October 17, 2024 IST

indiatoday

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ(ଏସସିଓ)ରେ ଯୋଗ ଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟସଙ୍କର ପାକିସ୍ତାନ ଯିବା ପରେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଭାରତ ଅପେକ୍ଷା ପାକିସ୍ତାନରେ ଏହି ଚର୍ଚ୍ଚା ଅଧିକ ହେଉଛି। ଅତୀତକୁ ପଛରେ ପକାଇ ଭବିଷ୍ୟତର ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ସମାଧାନ ଉଭୟ ପାଇଁ ଆଗେଇ ଆସିବେ ବୋଲି ଶାସକ ଦଳର ନେତା ତଥା ପକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆଶା ବ୍ୟକ୍ତ କରିଛନ୍ତି। 

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାର ଦେଇ ନୱାଜ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରକ୍ରିୟାକୁ ପୁନଃ ସ୍ଥାପନ କରିବା ଏବଂ ଆଉ ଯେମିତି କେବେ ଶାନ୍ତି ଭଙ୍ଗ ନହୁଏ ଏଥିପ୍ରତି ଦୁଇ ଦେଶ ପ୍ରୟାସ କରିବା ଉଚିତ ବୋଲି କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ ଆମେ ସେହିଠାରୁ ସମ୍ପର୍କ ଆରମ୍ଭ କରିବା ଯେଉଁଠାରେ ଛାଡ଼ିଥିଲୁ। ଏମିତିରେ ୭୫ ବର୍ଷ ବିତିଗଲାଣି। ତେଣୁ ଆମେ ଆଉ ୭୫ ବର୍ଷ ବର୍ବାଦ କରିବା ନାହିଁ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ବୈଠକକୁ   ଆସିଥିଲେ ଭଲ ହୋଇଥାନ୍ତା ବୋଲି ନାୱଜ କହିଛନ୍ତି। ଆମେ ଆମ ପଡ଼ୋଶୀଙ୍କୁ ବଦଳାଇ ଦେଇପାରିବା ନାହିଁ। ବରଂ ଆମେ ଭଲ ପଡ଼ୋଶୀ ହୋଇ ରହିପାରିବା ବୋଲି କହିଛନ୍ତି ନୱାଜ ସରିଫ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.