ୟୁକ୍ରେନରେ ଦୁଇ ଦିନ ପାଇଁ ଯୁଦ୍ଧବିରାମ, ରୁଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା
5/01/2023 at 9:48 PM

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଦୁଇ ଦିନ ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଗୁରୁବାର ଜାନୁଆରୀ ୬ ଏବଂ ଜାନୁଆରୀ ୭ରେ ଯୁଦ୍ଧବିରାମ ରହିବ । ଖବର ସରବହାର ସଂସ୍ଥା ଏଏଫପି ଅନୁସାରେ, ଅର୍ଥୋଡକ୍ସ କ୍ରିସମିସକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆଧ୍ୟାତ୍ମିକ ଗୁରୁ ପାଟରିଆଚ୍ କିରିଲ (Patriarch Kirill)ଙ୍କ ଅନୁରୋଧ ପରେ ପୁଟିନଙ୍କ ଏହି ନିଷ୍ପତ୍ତି ନେଇଛନ୍ତି ।
Russian President Vladimir Putin orders army to observe 36-hour cease-fire in Ukraine noon January 6 to midnight January 7, reports AP
— Press Trust of India (@PTI_News) January 5, 2023
ଉଲ୍ଲେଖଯୋଗ୍ୟ ଯେ ସାରା ଦୁନିଆରେ ପ୍ରତି ବର୍ଷରେ ଡିସେମ୍ୱର ୨୫ରେ ଖୀଷ୍ଟ୍ରମାସ ପାଳନ କରାଯାଏ । କିନ୍ତୁ ଦୁନିଆର ୧୨ ପ୍ରତିଶତ ଇସାଇ ଏହି ଉତ୍ସବ ପାଳନ କରିବା ପାଇଁ ଜାନୁଆରୀ ୭କୁ ଅପେକ୍ଷା କରିଥାନ୍ତି । ଅର୍ଥୋଡକ୍ସ ଖୀଷ୍ଟ୍ରମାସକୁ ପ୍ରାୟ ୨୬୦ ମିଲିୟନ ଲୋକଙ୍କ ଦ୍ୱାରା ପାଳନ କରାଯାଉଛି । ରୁଷ, ଗ୍ରୀସ, ଇଥୋପିଆ ଏବଂ ମିଶର ସହ ଅନ୍ୟ ଦେଶରେ ଏହିପରି ଲୋକ ଅଧିକ ବାସ କରନ୍ତି।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଏକ ବର୍ଷ ଧରି ସଂଘର୍ଷ ଜାରି ରହିଛି। ଏହି ଯୁଦ୍ଧରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସହ ଅନେକ ଦେଶ ୟୁକ୍ରେନକୁ ଖୋଲା ସମର୍ଥନ କରୁଛନ୍ତି। ଅନ୍ୟପଟେ ପୁଟିନ ଏହି ଦେଶ ଗୁଡିକର ବିରୋଧରେ ଲଗାତାର ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରି ଆସୁଛନ୍ତି।
ଅନ୍ୟ ଗୁରୁବାର ପୁଟିନ ତୁର୍କୀ ରାଷ୍ଟ୍ରପକି ଆର୍ଗୋଦାନଙ୍କ ସହ ଆଲୋଚନା ବେଳେ ଏକ ବଡ ବୟାନ ଦେଇଛନ୍ତି। ୟୁକ୍ରେନ ସହ ଆଲୋଚନା ପାଇଁ ରୁଷ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ଏଥିପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ପୁଟିନ କହିଛନ୍ତି ଯେ ଯଦି ମସ୍କୋ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଅଞ୍ଚଳକୁ ୟୁକ୍ରେନ ଯଦି ରୁଷର ବୋଲି ସ୍ୱୀକାର କରେ ତେବେ ଆଲୋଚନା ସମ୍ଭବ ହେବ।