ବିଗ୍ ବସ୍ ୧୪ର ବିଜେତା ରୁବିନା ଦିଲୈକ ସେୟାର କଲେ ବୋଲ୍ଡ ଫଟୋ, ମଜାଳିଆ କମେଣ୍ଟ ଦେଲେ ପତି ଅଭିନବ ଶୁକ୍ଳା

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨/୦୩: ଟିଭିର ଫେମସ୍ ରିଅଲିଟି ଶୋ ବିଗ୍ ବସ୍ ୧୪ ର ବିଜେତା ରୁବିନା ଦିଲାଏକ୍ ଆଜିକାଲି ଖୁବ୍ ବିଜି ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ଇଣ୍ଟରଭ୍ୟୁ ଦେବା ସହିତ ତାଙ୍କ ଫ୍ୟାମିଲି ସହିତ କ୍ୱାଲିଟି ଟାଇମ୍ ମଧ୍ୟ ସ୍ପେଣ୍ଡ୍ କରୁଛନ୍ତି । ତଥାପି ଏହି ସମୟରେ ସେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ । ରୁବିନା ପ୍ରାୟ ତାଙ୍କ ରୁଟିନ୍ ସହି ଜଡିତ ସମସ୍ତ ଅପଡେଟ୍ ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରୁଥିବା ଦେଖାଯାଏ । ନିକଟରେ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଲା ଦେଖି ଏକ ମଜାଳିଆ କମେଣ୍ଟ ଦେଇଛନ୍ତି ।

{"id":416741,"sizeSlug":"large","linkDestination":"none"}

ରୁବିନା ଦିଲାଏକ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କର ଏକ ହଟ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ, ରୁବିନା ବିକିନି ପିନ୍ଧି ପୁଲ୍ ଭିତରେ ସିଜିଲିଙ୍ଗ୍ ପୋଜ୍ ଦେଇଥିବା ନଜର ଆସିଛି । ଫଟୋରେ ରୁବିନା ତାଙ୍କ ଓଦା ଚୁଟିକୁ ଖୋଲା ଛାଡିଛନ୍ତି । ରୁବିନାଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କର ଏହି ଷ୍ଟାଇଲ୍ ଖୁବ୍ ପସନ୍ଦ ଆସିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ  ଖୁବ୍ ଭାଇରାଲ ହେଉଛି ।

ଏହି ଫଟୋ ମାଧ୍ୟମରେ ରୁବିନା ଏପରି କିଛି ଲେଖିଛନ୍ତି ଯାହା ଦେଖି ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।  ରୁବିନା କ୍ୟାପସନରେ ଲେଖିଛନ୍ତି - 'ଭ୍ୟାକେସନରେ ଯିବାକୁ ଇଚ୍ଛା' ... ଏହା ଉପରେ ଅଭିନବ କମେଣ୍ଟ ଦେଇଛନ୍ତି- 'ନୋ' । ରୁବିନାଙ୍କ ଫ୍ୟାନ୍ସ ମାନଙ୍କ ସହିତ ଏହି ପୋଷ୍ଟରେ ଅନେକ ସେଲିବ୍ରିଟିଙ୍କ ରିୟାକ୍ସନ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.