‘ସିକ୍ସର କିଙ୍ଗ’ ରୋହିତ ଶର୍ମା ନିଜ ନାମରେ କଲେ ବଡ ରେକର୍ଡ, ହେଲେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ

Published By : Prameya-News7 Bureau | July 12, 2022 IST

ଲଣ୍ଡନ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୨୫୦ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ଘରୋଇ ଇଂଲଣ୍ଡ ଦ୍ଵାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା ୫୮ ବଲରୁ ୬ ଚୌକା ଏବଂ ୫ ଛକା ସହାୟତାରେ ଅପରାଜିତ ୭୬ ରନର ଇନିଂସ ଖେଳିଛନ୍ତି। ଏହି ୫ ଛକା ସହ ସେ ଦିନିକିଆ କ୍ରିକେଟରେ ନିଜର ୨୫୦ ଛକା ପୂରା କରିଛନ୍ତି।ବିଶ୍ଵ କ୍ରିକେଟରେ ସବୁଠୁ ଅଧିକ ଛକା ସହିତ ଦିନିକିଆ କ୍ରିକେଟରେ ନିଜର ୨୫୦ ଛକା ପୂରା କରିଛନ୍ତି। ବିଶ୍ଵ କ୍ରିକେଟରେ ଛକା ଲଗାଇବା ତାଲିକାରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି।

ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବାରେ ରୋହିତଙ୍କ ଆଗରେ  ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି, ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ୍ ଏବଂ  ଶ୍ରୀଲଙ୍କାର ପୂର୍ବତନ ଓପନର ସନଥ ଜୟସୁରିଆ ରହିଛନ୍ତି।

ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟସମ୍ୟାନ

ଶାହିଦ ଆଫ୍ରିଦି- ୩୫୧

କ୍ରିସ୍ ଗେଲ୍- ୩୩୧

ସନତ ଜୟସୁରିୟା- ୨୭୦

ରୋହିତ ଶର୍ମା- ୨୫୦*

ଏମଏସ ଧୋନୀ- ୨୨୯

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.