ଆନନ୍ଦପୁର ୦୩।୧୨: ୫ମାସ ଧରି ପିଇବା ପାଣି ଯୋଗାଣ ବନ୍ଦ ରହିଛି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ପଞ୍ଚାୟତ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସବୁଆଡେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ଆନନ୍ଦପୁର ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତ ଗାଁରେ ଝଣାଝଣା ଗାଁ ଲୋକେ ପାଣି ପାଇଁ ଅନେକ ସମସ୍ୟାର ସମାଧାନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଗାଁଲୋକେ ଧାରଣାରେ ବସିଛନ୍ତି । ଗାଁରେ ଥିବା ଓଭରହେଡ଼ ଟାଙ୍କିରୁ ନିୟମିତ ପାଣି ଯୋଗାଣ ଦାବିରେ ଛେନାପଦା-ହଦଗଡ଼ ରାସ୍ତାରେ ଧାରଣାରେ ବସିଛନ୍ତି । ତେବେ ଅବରୋଧର ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପୁଣି ଥରେ ପାଣି ଯୋଗା ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶୃତି ପରେ ରାସ୍ତାରୋକରୁ ହଟିଛନ୍ତି ଗାଁଲୋକେ ।