ଛାତ୍ରୀଙ୍କୁ ରାସ୍ତାରେ କମେଣ୍ଟ କରି ରୋଡ ରୋମିଓ ହୀନସ୍ତା

Published By : Prameya-News7 Bureau | August 02, 2018 IST

ଛାତ୍ରୀ ଙ୍କୁ ରାସ୍ତା ରେ କମେଣ୍ଟ ମାରି ହରଡ ଘଣାରେ ଜଣେ ରୋଡ ରୋମିୟ।ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ। ଗୁରୁବାର ଦିନ ଜଣେ ଛାତ୍ରୀ କଲେଜ ରୁ ଫେରୁଥିବା ସମୟରେ ଜଣେ ଅସାମାଜିକ ଯୁବକ ତାଙ୍କର ପିଛା କରିବା ସହ କମେଣ୍ଟ ମାରି ହଇରାଣ କରିଥିଲେ। ଜାହା ଫଳରେ ଉକ୍ତ ଛାତ୍ରୀ ଜଣକ ଯୁବକଙ୍କୁ ଧରି ଚପଲରେ ଉତମ ମଧ୍ଯମ କରିଥିବା ବେଳେ ଯୁବକ ଜଣକ ଘଟଣା ସ୍ଥଳରୁ ଖସି ପଳାଇଥିଲେ। ଅନେକ ସମୟରେ ରୋଡ ରୋମିଓ ମାନେ ସ୍କୁଲ ଓ କଲେଜ ଛାତ୍ରୀ ମାନଙ୍କୁ ରାସ୍ତା ରେ ହଇରାଣ କରିବାର ପୁର୍ବରୁ ଅଭିଯୋଗ ରହିଛି । ଜାହାକୁ ଦୃଷ୍ଟି ରେ ରଖି ଛାତ୍ରୀ ମାନଙ୍କୁ ଆତ୍ମ ନିର୍ଭର ସିଳ କରିବା ଲାଗି ବିଭିନ୍ନ ସମକ୍ଷରେ ଶିକ୍ଷାନୁଷ୍ଠାନ ଗୁଡିକରେ ନିଜକୁ କିଭଳି ସୁରକ୍ଷା ରଖିବେ ସେଥିଲାଗି ପ୍ରସିକ୍ଷଣ ମଧ୍ୟ ଦିଆଯାଉଛି। ତେବେ ଛାତ୍ରି ଜଣକଙ୍କ ଏଭଳି ସାହାସିକତା ଅନ୍ଯ ପିଲାଙ୍କ ପାଇଁ ଉଦାହରଣ ସାଜିବାକୁ ଥିବା ବେଳେ ରୋଡ ରୋମିଓଙ୍କୁ ଏକ ପ୍ରକାର ସିକ୍ଷା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.