ହାଇଓ୍ୱା ଧକ୍କାରେ ଦମ୍ପତି ଗୁରୁତର, ଗୋଡ଼ ଓ ହାତ ଉପରେ ଚଢିଗଲା ଟ୍ରକ୍

Published By : Prameya-News7 Bureau | August 27, 2023 IST

ଭୋଗରାଇ ୨୭।୦୮ : ହାଇଓ୍ୱା ଧକ୍କାରେ ଦମ୍ପତି ଗୁରୁତର । ଗୋଡ଼ ଓ ହାତ ଉପରେ ଚଢିଗଲା ଟ୍ରକ୍ ଚକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଦେଉଳା-ଥାନାଛକ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":836571,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶାଶୁଙ୍କ ଶ୍ରାଦ୍ଧ ଉତ୍ସବରେ ଯୋଗ ଦେବାକୁ ସ୍କୁଟିରେ ଯାଉଥିଲା ବେଳେ ରସଲପୁର ପଞ୍ଚାୟତର ଅଚିନ୍ତ ଦାସ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟଶ୍ରୀ ଦାସ ମହାପାତ୍ରଙ୍କୁ ପଛପଟୁ ଧକ୍କା ଦେଇଥିଲା ୧୦ ଚକିଆ ହାଇଓ୍ୱା । ଉଭୟଙ୍କ ଉପରେ ମାଡି ଯାଇଥିଲା ହାଇଓ୍ୱା । ଉଭୟ ସ୍ୱାମୀଙ୍କ ହାତ ଓ ସ୍ତ୍ରୀଙ୍କ ଦୁଇଟି ଗୋଡ଼ ଉପରେ ଚଢି ଯାଇଥିଲା ହାଇଓ୍ୱା ଚକ ।

{"id":836572,"sizeSlug":"full","linkDestination":"none"}

ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ହେଲପରକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଗୁରୁତର ଦମ୍ପତିଙ୍କୁ ସ୍ଥାନୀୟ ଲୋକ ପ୍ରଥମେ ସ୍ଥାନୀୟ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି ।

wp:embed {"url":"https://www.prameyanews7.com/why-prime-minister-bodyguards-carry-a-special-briefcase/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-prime-minister-bodyguards-carry-a-special-briefcase/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.