ରାସ୍ତାକଡ଼କୁ ଓଲଟିଲା କାର୍‌ ; ଜଣେ ମୃତ, ୨ ଆହତ

Published By : Prameya-News7 Bureau | December 11, 2022 IST

କୋକସରା ୧୧।୧୨ : ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା କାର। ଏହି ସଡକ ଦୁର୍ଘଟଣା  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଗାଁ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦:୩୦ ବେଳେ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଶିଉନି ଗାଁ ବୁଲାଣି ରାସ୍ତାରେ  ଏକ କାର ଭାରସାମ୍ୟ ଓଲଟି ପଡିଛି। ଦୁର୍ଘଟଣାରେ କାର ଭିତରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡା ଗାଁର ହୃଦାନନ୍ଦ ଝାଙ୍କରଙ୍କ ପୁଅ ଅଚ୍ୟୁତାନନ୍ଦ ଝାଙ୍କର(୧୭) । ସେ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଟିଟିଲାଗଡ଼ରୁ ମାଲକାନଗିରି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଖବର ପାଇ ଆମପାଣି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି ଓ ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.