ରାସ୍ତା ପାର୍‌ ହେଉଥିଲା ମହିଳା , ଦ୍ରୁତଗାମୀ ବସ୍‌ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | December 01, 2022 IST

ଢେଙ୍କାନାଳ ୦୧।୧୨ :  ବେପାରୁଆ ବସ୍‌ ଚାଳନା ନେଲା ମହିଳାଙ୍କ ଜୀବନ । ଢେଙ୍କାନାଳ  କୁରୁଣ୍ଟି  ଛକରେ ଜଣେ ମହିଳାଙ୍କ ଉପରେ ଚଢିଗଲା ଯାତ୍ରୀବାହୀ  ବସ୍‌ । ଯାହାଫଳରେ ମହିଳାଙ୍କ  ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରି ବସିଛନ୍ତି ସ୍ଥାନୀୟଲୋକେ ।   

ଖବର ଅନୁଯାୟୀ, ସ୍ଥାନୀୟ କୁରୁଣ୍ଟି ଗାଁରେ ତ୍ରିପୁର ସାହୁଙ୍କ ପତ୍ନୀ ଗାୟତ୍ରୀ ସାହୁ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ନୀଳକଣ୍ଠ ନାମକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ବସ୍‌ଟି ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାଫଳରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ମୋଟଙ୍ଗା ପୋଲିସ ଏବଂ ଓଡପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.