ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରିତେଶଙ୍କ ଫିଲ୍ମ ‘ଭେଡ୍‌’ର ଟିଜର ରିଲିଜ୍‌, ଉତ୍ସାହିତ ହେଲେ ଫ୍ୟାନ୍ସ

25/11/2022 at 12:45 PM

ମୁମ୍ଵାଇ ୨୫।୧୧: ଦୀର୍ଘ ସମୟ ପରେ ଜେନେଲିଆ ଡି’ସୁଜା ବଡ ପରଦାରେ ଫେରିଛନ୍ତି । ନିକଟରେ ତାଙ୍କର ‘ମିଷ୍ଟର ମମି’ ରିଲିଜ୍‌ ହୋଇଥିଲା। ସିଲଭର ସ୍କ୍ରିନ୍‌କୁ ଫେରିବା ପରେ ସ୍ୱାମୀ ରିତିଶଙ୍କ ସହ ଜେନେଲିଆଙ୍କ ଏହା ହେଉଛି ପ୍ରଥମ ଫିଲ୍ମ। ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ଦେଖିବାକୁ ମିଳିବେ। ତାହା ହେଉଛି ଫିଲ୍ମ ‘ଭେଡ୍’ । ଏହି ଚଳଚ୍ଚିତ୍ର ମାଧ୍ୟମରେ ରିତେଶ ନିର୍ଦ୍ଦେଶନା ଜଗତରେ ପାଦ ଦେବାକୁ ଯାଉଛନ୍ତି। ଫିଲ୍ମର ଟିଜର ରିଲିଜ ହୋଇଛି। ଏଥିରେ ଏକ ଭିନ୍ନ ଶୈଳୀରେ ରିତେଶଙ୍କୁ ଦେଖିବାକୁ ମିଳୁଛି।

ଟିଜର ବାହାରକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ସଲମାନ ରିତେଶ ଦେଶମୁଖଙ୍କୁ ତାଙ୍କ କ୍ୟାରିୟରର ନୂଆ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମର ଟିଜର ମଧ୍ୟ ଜେନେଲିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ଉପରେ ନିଜର ଖୁସି ବ୍ୟକ୍ତ କରି ସେ ମରାଠୀରେ ଲେଖିଥିଲେ, ‘ମୁଁ ମହାରାଷ୍ଟ୍ରରେ ଜନ୍ମ ନେଇଥିଲି । ଅଭିନୟ ଆରମ୍ଭ କରିବା ପରେ ହିନ୍ଦୀ, ତାମିଲ, ତେଲୁଗୁ ସମେତ ବିଭିନ୍ନ ଭାଷାରେ କାମ କଲି । ମୁଁ ମୋର ମରାଠୀ ଚଳଚ୍ଚିତ୍ର ସହିତ ଡେବ୍ୟୁ କରୁଛି, ଯାହା ରିତେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ଭେଡ୍‌ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମରାଠୀ ଚଳଚ୍ଚିତ୍ରରେ ରିତେଶ ନିର୍ଦ୍ଦେଶନା ଜଗତରେ ପ୍ରବେଶ କରୁଥିବାବେଳେ ଜେନେଲିଆ ପ୍ରଥମ ଥର ପାଇଁ ଏକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିବେ। ୧୦ ବର୍ଷ ପରେ ଦୁହେଁ ଏକାଠି ବଡ ପରଦାରେ ନଜର ଆସିବେ। ଯାହା ୩୦ ଡିସେମ୍ବର ରିଲିଜ୍‌ ହେବ।

   Related Posts