ରାଧିକା-ଅନନ୍ତଙ୍କ ପ୍ରି-ୱେଡିଂରେ ଅମ୍ଵାନୀ ପରିବାର ସହ ଝୁମିଲେ ରିହାନା, କହିଲେ-ମୁଁ ପୁଣି ଭାରତ…

Published By : Prameya-News7 Bureau | March 02, 2024 IST

ମୁମ୍ଵାଇ ୦୨।୦୩: ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶର ବହୁ ପ୍ରସିଦ୍ଧ ତାରକା ଯୋଗ ଦେଇଥିଲେ । ମାର୍ଚ୍ଚ ୧ର ସନ୍ଧ୍ୟାକୁ ଆହୁରି ଅଧିକ ରଙ୍ଗୀନ ହୋଇଥିଲା, ଯେତେବେଳେ ସଙ୍ଗୀତର ସନ୍‌ସେସନ ରିହାନା ତାଙ୍କ ସ୍ଵରର ଯାଦୁ ଦେଖାଇଥିଲେ। ସେ ପ୍ରଥମ ଥର ପାଇଁ ଭାରତରେ ଏକ କନ୍ସର୍ଟ ପରଫର୍ମାନ୍ସ କରୁଥିଲେ। ଯାହା ରାଧିକା ଏବଂ ଅନନ୍ତଙ୍କ ବିବାହର ପ୍ରିୱେଡିଂ ସେଲିବ୍ରେସନରେ।

wp:html
/wp:html

ହଲିଉଡ ଗାୟକ ରିହାନା ଗୁରୁବାର ଦିନ ଜାମନଗରରେ ବହୁ ଲଗେଜ୍ ନେଇ ପହଞ୍ଚିଥିଲେ। ରିହାନାଙ୍କ ସ୍ୱାଗତ ଏବଂ ନିରାପତ୍ତାରେ ଅମ୍ବାନୀ କୌଣସି ପ୍ରକାରର ଅଭାବ ରଖି ନଥିଲେ । ରିହାନା ଶୁକ୍ରବାର ରାତିରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ପାର୍ଟିକୁ ସ୍ମରଣୀୟ କରିଥିଲେ । ରିହାନାଙ୍କର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ରାଧିକା ଅନନ୍ତଙ୍କ ବ୍ୟତୀତ ପୁରା ଅମ୍ଵାନୀ ପରିବାରଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ ସେ ଅମ୍ବାନୀ ପରିବାର ସହିତ ମଞ୍ଚରେ ମଜା କରୁଥିବାର ଦେଖିବାକୁ ମିଳିଥିଲା।

wp:html /wp:html

ରାଧିକା ଏବଂ ଅନନ୍ତଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମ ପରେ ରିହାନା ଭାରତ ଛାଡିଛନ୍ତି । ତାଙ୍କୁ ସକାଳେ ଜାମନଗର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସେ ତାଙ୍କ ହାତରେ ଏକ ଧନ୍ୟବାଦ ବୋର୍ଡ ଧରିଥିଲେ। ଫେରିବା ସମୟରେ ରିହାନା ବିମାନବନ୍ଦରରେ ଅଟକି ଯାଇ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବା ସମୟରେ ତାଙ୍କ କନସର୍ଟ ଅଭିଜ୍ଞତା ସେୟାର କରିଥିଲେ। ରିହାନା କହିଛନ୍ତି ଯେ ତାଙ୍କ କନସର୍ଟ ବହୁତ ଭଲ ଥିଲା । ସେ ପୁଣି ଭାରତ ଆସିବାକୁ ଚାହୁଁଛନ୍ତି। ତାଙ୍କୁ ଏଠାରେ ବହୁତ ଭଲ ଲାଗିଲା।

wp:embed {"url":"https://www.prameyanews7.com/ambani-family-guests-will-stay-in-luxury-tent/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ambani-family-guests-will-stay-in-luxury-tent/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.