Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଭୟଙ୍କର ହେଲା ବାୟୁ ପ୍ରଦୂଷଣ; ଦିଲ୍ଲୀରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

29/10/2022 at 5:51 PM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ନେଇଛି। ବିଭିନ୍ନ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ମିଟର ସିଭିୟର କ୍ୟାଟେଗୋରୀ ସ୍ଥିତି ଦର୍ଶାଉଛି। ତେଣୁ ବାୟୁର ମାନ ସୁଧାରିବା ପାଇଁ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର। ଅତି ଜରୁରୀ ସ୍ଥିତିକୁ ଛାଡ଼ିଦେଲେ ରାଜଧାନୀର କୌଣସି ନିର୍ମାଣ କି ଉଚ୍ଛେଦ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

GRAP ଷ୍ଟେଜ୍-୩ରେ ଏହି ନୂଆ ପ୍ରତିବନ୍ଧକ ଲାଗୁ ହେବ। ପୂରା ଦିଲ୍ଲୀ ଏନ୍‌ସିଆର୍‌ରେ ଷ୍ଟେଜ୍-୩ ଲାଗୁ ହେବ ବୋଲି ଜିଆର୍‌ଏପି ସବ କମିଟି କହିଛି। ଏନେଇ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ(CAQM) କମିଶନ ସୂଚନା ଦେଇ କହିଛନ୍ତି ଯେ ପ୍ରତିକୂଳ ପାଣିପାଗ ସ୍ଥିତି, ଧୀର ବାୟୁ ପ୍ରବାହ ଓ ହଠାତ୍ ଚାଷ ଅବିଶିଷ୍ଠାଂଶରେ ନିଆଁ ଲାଗିବା ଘଟଣା ବଢ଼ିଯାଇଛି। ତେଣୁ ପୂରା ଏନ୍‌ସିଆର୍‌ରେ GRAP ଷ୍ଟେଜ୍-୩ରେ ପ୍ରତିବନ୍ଧକ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି CAQM କମିଶନ କହିଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ପରସ୍ପରକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ସରକାରଙ୍କର ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ଦିଲ୍ଲୀରେ ବାୟୁରମାନେ ଭୟଙ୍କର ସ୍ଥିତିରେ ରହିଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଆପ୍‌ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିଛି।

   Related Posts