suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ତୁର୍କୀ-ସିରିଆ ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ଟପିଲା ୩୪ ହଜାର, ୬ଦିନ ପରେ ଧ୍ବଂସାବଶେଷ ତଳୁ ପରିବାର ଉଦ୍ଧାର

13/02/2023 at 9:40 AM

earthquakes in Turkey

ନୂଆଦିଲ୍ଲୀ: ଭୂମିକମ୍ପ ପରେ ତୁର୍କୀ ଓ ସିରିଆରେ ଭୟଙ୍କର ସ୍ଥିତି । ଚାରି ଆଡ଼େ ଧ୍ବଂସର ବିଭୀଷିକା। ଗତ ସୋମବାର ୭.୫ ତିବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ପରେ ଦୁଇ ଦେଶ ମଧ୍ୟରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।  ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୪ ହଜାର ପାର୍ କରିଛି ।

ଭୟଙ୍କର ଭୂମିକମ୍ପରେ ଲଗାତାର ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଧ୍ବଂସାବଶେଷ ତଳୁ ମୃତଦେହ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଦଳ । ଶକ୍ତିଶାଳୀ ଭୂମିକମ୍ପରେ ଦୁଇ ଦେଶରେ ୩୪,୧୦୫ଙ୍କ ମୃତ୍ୟୁ ହୋଇଛି । କେବଳ ତୁର୍କୀରେ ୨୯, ୬୦୫ଜଣ ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ୪,୫୭୪ ଜଣଙ୍କ ଜୀବନ ଯାଇଛି । ସେହିପରି ଗୁରୁତରଙ୍କ ସଂଖ୍ୟା ୧ଲକ୍ଷ ପାର୍ କରିଛି । ଗତ ୬ଦିନ ହେଲା ଉଭୟ ଦେଶରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସିରିଆ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ସିରିଆର ଉତ୍ତର-ପୂର୍ବ ଅଞ୍ଚଳରେ ୩,୧୬୦ ମୃତ୍ୟୁବରଣ କରିଛନ୍ତି । ସେହିପରି ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସିର ସୂଚନା ୧,୧୪୧ଙ୍କ ମୃତ୍ୟୁ ହୋଇଛି । ଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତୁର୍କୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ତୁର୍କୀରେ ବିନାଶକାରୀ ଭୂମିକମ୍ପ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୬ଦିନ ପରେ ବିଲ୍ଡିଂ ଧ୍ବଂସାବଶେଷ ତଳୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ଗୋଟିଏ ପରିବାରକୁ ଉଦ୍ଧାର କରାଯାଇଛି।   

ତୁର୍କୀ ଏବଂ ସିରିଆରେ ଭୂକମ୍ପର ତାଣ୍ଡବ ପରେ ସବୁ ଦେଶ ସହଯୋଗର ହାତ ବଢାଇଛନ୍ତି । ଭରତ ପକ୍ଷରୁ ଅପରେସନ ଦୋସ୍ତି ଜାରି ରହିଛି । ଏନଡିଆରଏଫ ଟିମ୍ ଓ ଭାରତୀୟ ସେନା ମେଡିକାଲ ଦଳ ବିପନ୍ନଙ୍କୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ସେହିପରି ଜର୍ମାନୀର ଗୃହ ମନ୍ତ୍ରୀ ନାନ୍ସି ଫେଜର ଭୂକମ୍ପ ପୀଡିତ ଏବଂ ସେମାନଙ୍କ ପରିବାର ପାଇଁ ତିନି ମାସର ଭିସା ଦେବାକୁ ଘୋଷଣା କରିଛନ୍ତି ।  

   Related Posts