ନଦୀପଠାରୁ ଅଚେତ ଅବସ୍ଥାରେ +୨ ଛାତ୍ରୀ ଉଦ୍ଧାର ଘଟଣା: ଜଣେ ଯୁବକଙ୍କୁ ପୋଲିସର ଜିମା ଦେଲେ ପରିବାରଲୋକେ
8/01/2023 at 8:44 PM

କଟକ, ୦୮/୦୧: ନଦୀପଠାରୁ ଅଚେତ ଅବସ୍ଥାରେ +୨ ଛାତ୍ରୀ ଉଦ୍ଧାର ଘଟଣାର ୫ ଦିନ ପରେ ଜଣେ ଯୁବକଙ୍କୁ ପୋଲିସରେ ଜିମା ଦେଇଛନ୍ତି ଛାତ୍ରୀଙ୍କ ପରିବାରଲୋକେ। ଯୁବକ ଜଣକ ହେଲେ ସାଲେପୁର ଅଂଚଳର ରାଜକିଶୋର ବେହେରା। ସୋସିଆଲ ମିଡିଆ ଭିଡିଓରୁ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନିବା ପରେ ଛାତ୍ରୀଙ୍କ ପରିବାରଲୋକେ ସମ୍ପୃକ୍ତ ଯୁବକକୁ ଧରି ପୋଲିସକୁ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ୫ ଦିନ ତଳେ ସାଲେପୁର କଲେଜରେ ଜଣେ ଛାତ୍ରୀଙ୍କୁ ହାତଗୋଡ଼ ଓ ମୁଁହବନ୍ଧା ହୋଇ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଚିତ୍ରୋତ୍ପଳା ନଦୀଠାରୁ ଏକ ଆବର୍ଜନା ଗୃହରୁ ଉଦ୍ଧାର କରାଯାଇଥିଲା। ସାଲେପୁର କଲେଜର +୨ ପ୍ରଥମ ଶ୍ରେଣୀ ବିଜ୍ଞାନ ବିଭାଗର ଛାତ୍ରୀ ବୋଲି ଜଣାପଡ଼ିଥିଲା। ତେବେ ଘଟଣାର ୫ଦିନ ପରେ ଜଣେ ଯୁବକଙ୍କୁ ଛାତ୍ରୀଙ୍କ ପରିବାର ଲୋକେ ପୋଲିସର ଜିମା ଦେଇଛନ୍ତି।
ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକରଖି ପଚରାଉଚରା କରିବା ସହ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ଚଳାଇଛି। ଏପଟେ ଗିରଫ ଅଭିଯୁକ୍ତର ପତ୍ନୀ ଘଟଣାରେ ସଂପର୍କରେ କିଛି ଜାଣିନଥିବା କହିଛନ୍ତି।