କଟକ ୧୧।୭: ବଢିଲା ନଦୀ ଭିତରେ ଚାଲିଲା ଇଲେକ୍ଟ୍ରିକ ଟାୱାର ମରାମତି । ମୁଣ୍ଡଳୀ ଠାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ମୁଣ୍ଡଳୀ ତଳଗଡ଼ ନିକଟରେ ହାଇ ଭୋଲ୍ଟେଜ୍ ଓୟାର ଛିଣ୍ଡି ମହାନଦୀ ଭିତରେ ପଡିଥିବାର ଏକ ଖବର ଆସିଥିଲା । କିନ୍ତୁ ବାସ୍ତବରେ ମରାମତି କାର୍ଯ୍ୟ ଲାଗି ତାର ଖୋଲାଯାଇଥିଲା । ସକାଳୁ ପାୱାର ଗ୍ରୀଡ କର୍ପୋରେସନ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିଲା । ହାଇ ଭୋଲ୍ଟେଜ୍ ଓୟାର ପାଇଁ ଯେଉଁ ଇନ୍ସୁଲେଟର ବ୍ୟବହାର ହୁଏ ତାହା ଖରାପ ହୋଇଥିବା ଯୋଗୁଁ ଏହାର ମରାମତି କରୁଥିଲା ପାୱାର ଗ୍ରୀଡ଼ କର୍ପୋରେସନ ।
ବଢିଲା ନଦୀର ଭିତରେ ଭାଗରେ ଏହି ଇଲେକ୍ଟ୍ରି ଟାୱାର ଗୁଡିକ ଥିବାରୁ ଏନ୍ଡିଆର୍ଏଫ୍ର ସହାୟତା ଲୋଡ଼ା ଯାଇଥିଲା । ଦିନ ତମାମ ମରାମତି କାମ ଜାରି ରହିଥିଲା । ଯାହା ଅପରାହ୍ନ ପ୍ରାୟ ସାଢେ ୪ଟାରେ ଶେଷ ହୋଇଛି । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଖୁବ୍ ସହଯୋଗ ଦେଇଛି ।
You Can Read:
ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ପାଇଁ ଟିକିଏ ସମୟ ଲାଗିବ