LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ, ୪୨ ଦିନ ପାଇଁ ବାହାରକୁ ଆସିବେ ସତ୍ୟେନ୍ଦ୍ର ଜୈନ

26/05/2023 at 1:01 PM

ନୂଆଦିଲ୍ଲୀ ୨୬।୦୫: ଦିଲ୍ଲୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ । ଚିକିତ୍ସା ପାଇଁ ତାଙ୍କୁ ୬ ସପ୍ତାହ ପାଇଁ  ଅନ୍ତରୀଣ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ସମୟରେ ଘରୋଇ ଡାକ୍ତରଖାନାରେ ସେ ତାଙ୍କର ଚିକିତ୍ସା କରିପାରିବେ । କିନ୍ତୁ କୋର୍ଟର ବିନା ଅନୁମତିରେ ସତ୍ୟେନ୍ଦ୍ର ଦିଲ୍ଲୀ ଛାଡି ପାରିବେ ନାହିଁ । ଚିକିତ୍ସାର ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ପଡିବ । କୋର୍ଟଙ୍କ ଏହି ଆଦେଶ ଜୁଲାଇ ୧୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହାମଧ୍ୟରେ ଜୁଲାଇ ୧୦ରେ କୋର୍ଟ ଏନେଇ ଅଧିକ ଶୁଣାଣି କରିବେ ।

ଖବର ଅନୁଯାୟୀ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ବାଥରୁମରେ ବେହୋସ ହୋଇ ପଡ଼ିଯାଇଥିଲେ । ଯେଉଁଥିପାଇଁ ତାଙ୍କୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଦୀନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଏଲଏନ୍‌ଜେପିକୁ ହସ୍ପିଟାଲକୁ କରାଯାଇଥିଲା ସ୍ଥାନାନ୍ତର ।

ସପ୍ତାହକ ମଧ୍ୟ‌ରେ ଏହା ଦ୍ବିତୀୟ ଘଟଣା। ସୋମବାର ଦିନ ସତ୍ୟେନ୍ଦ୍ର ଜୈନଙ୍କୁ ସଫଦରଜଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଏହା ପୂର୍ବରୁ ଗତ ଶନିବାର ଦିନ ତାଙ୍କର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ବିଭିନ୍ନ ଟେଷ୍ଟ୍‌ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କ ଓଜନ ଜେଲ୍‌ରେ ୩୫ କିଲୋ କମିଯାଇଥିବାରୁ ତାଙ୍କ ସମର୍ଥକମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମେ’ରେ ଇଡି ଦ୍ବାରା ଗିରଫ ହୋଇଥିଲେ ସତ୍ୟେନ୍ଦ୍ର ଜୈନ ।

   Related Posts