ସୁଗର ଏବଂ ଡାଏବେଟିସ୍ ଏବେ ଆମ ପାଇଁ ଅଜଣା ଶବ୍ଦ ନାହିଁ। ଏପରି ଅନେକ କମ୍ ପରିବାର ରହିଛି,ଯେଉଁଠାରେ ଏହି ରୋଗର ରୋଗୀ ନାହାନ୍ତି। ଡାଇବେଟିସ୍ ଟାଇପ୍-୧ ଏବଂ ଡାଇବେଟିସ୍ ଟାଇପ୍-୨ ଉଭୟ ରୋଗର ରୋଗୀ ଆମ ଦେଶରେ ଅଛନ୍ତି।
ଡାଇବେଟିସ୍ ଏକ ଏପରି ସମସ୍ୟା,ଯେଉଁଥିରେ ରକ୍ତ ଭିତରେ ଗ୍ଲୁକୋଜର ସ୍ତର ନିୟନ୍ତ୍ରିତ ହୋଇ ପାରିନଥାଏ। ଆମ ଶରୀରରେ ପାନକ୍ରିୟାଜ ନାମକ ଏକ ଗ୍ରନ୍ଥି ରହିଥାଏ,ଏହା ଇନସୁଲିନ୍ ନାମକ ହରମୋନ୍ ପ୍ରସ୍ତୁତ କରିଥାଏ। ଏହି ହରମୋନ୍ ଆମ ଶରୀରରେ ପ୍ରବାହିତ ହେଉଥିବା ରକ୍ତରେ ଗ୍ଲୁକୋଜର ମାତ୍ରା ନିୟନ୍ତ୍ରିତ ରଖିବାର କାମ କରିଥାଏ। କିନ୍ତୁ ଯେତେବେଳେ କିଛି ଅଭାବ ଯୋଗୁଁ ପାନକ୍ରିୟାଜ ଉନସୁଲିନର ଉତ୍ପାଦନ କମ୍ କରିଦେଇଥାଏ କିମ୍ବା ବନ୍ଦ କରି ଦେଇଥାଏ ତେବେ ରକ୍ତରେ ଗ୍ଳୁକୋଜର ସ୍ତର ଲଗାତାର ବଢ଼ିବାକୁ ଲାଗିଥାଏ ଏବଂ ଶେଷରେ ଡାଇବେଟିସର ରୂପ ନେଇଥାଏ।
ରକ୍ତରେ ଗ୍ଲୁକୋଜର ସ୍ତର ବଢ଼ିଗଲେ ରକ୍ତରେ ଥିବା ଅବୟବର ସନ୍ତୁଳନ ବିଗିଡ଼ି ଯାଇଥାଏ। ଯେପରି ରକ୍ତରେ ଶ୍ବେତ ରକ୍ତ କୋଶିକା ଏବଂ ଲୋହିତ ରକ୍ତ କୋଶିକା ରହିଥାଏ। ଏହା ସହିତ ପ୍ଲାଜମା ମଧ୍ୟ ଥାଏ। ଅକ୍ସିଜେନ୍ ମଧ୍ୟ ବ୍ଲଡ ଫ୍ଲୋ ସହ ଶରୀରରେ ପ୍ରବାହିତ ହୋଇଥାଏ। କିନ୍ତୁ ଯେତେବେଳେ ରକ୍ତରେ ଗ୍ଲୁକୋଜର ସ୍ତର ବଢ଼ିଯାଇଥାଏ ସେତେବେଳେ ଘା’କୁ ଶୀଘ୍ର ଭଲ କରୁଥିବା ଲୋହିତ ରକ୍ତ କୋଶିକା ଗ୍ଲୁକୋଜ ଅଧିକ ଥିବା ଯୋଗୁଁ ଠିକଭାବେ କାମ କରିପାରେ ନାହିଁ।
ଆମ ଶରୀରର ସଂକ୍ରମଣ ଏବଂ ରୋଗଠୁ ସୁରକ୍ଷା ପ୍ରଦାନ କରୁଥିବା ଶ୍ବେତ ରକ୍ତ କୋଶିକାର ପ୍ରଭାବ ଗ୍ଲୁକୋଜ ଅଧିକ ଥିବା ଯୋଗୁଁ କମିଯାଇଥାଏ। ଏହା ଶରୀର ଉପରେ ଆକ୍ରମଣ କରୁଥିବା ଭାଇରସ୍ ଏବଂ ବ୍ୟାକ୍ଟେରିଆଠୁ ସେତେ ତୀବ୍ରତାରେ ଆକ୍ରମଣ କରିପାରେ ନାହିଁ,ଯେପରି ସାମାନ୍ୟ ଅବସ୍ଥାରେ କରିଥାଏ। ଏହି କାରଣରୁ ସୁଗର ରୋଗୀଙ୍କୁ ସଂକ୍ରମଣ ଧୀରେ ଧୀରେ ହେବାକୁ ଲାଗିଥାଏ। ଏହା ସହିତ ସାମାନ୍ୟ ସ୍ଥିତି ଅପେକ୍ଷା ଖୁବ୍ ଶୀଘ୍ର ରୋଗ ହୋଇଥାଏ କିନ୍ତୁ ଏହା ବହୁତ ବିଳମ୍ବରେ ଠିକ୍ ହୋଇଥାଏ। ଏବେ ଆମେ ଜାଣିବା ଡାଇବେଟିସ୍ ଆରମ୍ଭରେ ଆମ ଶରୀରରେ ଦେଖାଯାଉଥିବା ଲକ୍ଷଣ ବିଷୟରେ
୧. ଉଚ୍ଚ ରକ୍ତଚାପ : ଯେଉଁ ବ୍ୟକ୍ତିଙ୍କ ରକ୍ତ ମଧ୍ୟରେ ଗ୍ଲୁକୋଜର ସ୍ତର ସାମାନ୍ୟରୁ ଅଧିକ ବଢ଼ି ଯାଇଥାଏ ସେମାନଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ହୋଇଥାଏ। ଏହା ସହିତ ଯଦି କାହାକୁ ଉଚ୍ଚ ରକ୍ତଚାପର ସମସ୍ୟା ପୂର୍ବରୁ ହୋଇଥାଏ ତେବେ ସେମାନଙ୍କଠାରେ ଡାଇବେଟିସର ଲକ୍ଷଣ ଦେଖାଯାଇଥାଏ। ଗ୍ଲୁକୋଜ ଅଧିକ ଥିବା କାରଣରୁ ବ୍ଲଡ ଗାଢ଼ ହୋଇଯାଇଥାଏ। ଏହି ଗାଢ଼ ବ୍ଲଡକୁ ପମ୍ପ କରିବାକୁ ଏବଂ ଏହାକୁ ପୂରା ଶରୀରରେ ପହଞ୍ଚାଇବା ପାଇଁ ଆମ ହୃଦୟକୁ ଜୋର ଦେବାକୁ ପଡ଼ିଥାଏ। ଏହି କାରଣରୁ ସୁଗର ରୋଗୀଙ୍କୁ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହୃଦ୍ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ସାମାନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ରହିଥାଏ।
୨. ତ୍ବଚା ସମ୍ବନ୍ଧୀୟ ରୋଗ : ଯେତେବେଳେ ରକ୍ତରେ ଗ୍ଲୁକୋଜର ସ୍ତର ବଢ଼ି ଯାଇଥାଏ ଏବଂ ଶ୍ବେତ ରକ୍ତ କୋଶିକାର ରୋଗ ପ୍ରତିରୋଧକ କ୍ଷମତା କମିଯାଇଥାଏ ସେତେବେଳେ ତ୍ବଚାରେ ସଂକ୍ରମଣ,ଜ୍ବଳନ,ରାସେଜ,ଡାର୍କ ପ୍ୟାଚେଜ ହେବା ଭଳି ସମସ୍ୟା ହୋଇଥାଏ ଏବଂ ଏହାକୁ ଠିକ୍ ହେବାକୁ ସମୟ ଲାଗିଥାଏ।
୩. ଆଖି ଉପରେ ପ୍ରଭାବ : ରକ୍ତରେ ବର୍ଦ୍ଧିତ ଗ୍ଲୁକୋଜର ସ୍ତର କେବଳ ଆମକୁ ସୁଗର ରୋଗୀ କରିନଥାଏ ବରଂ ଆମ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସୁଗର ଲଗାତାର ବଢ଼ିବା ଯୋଗୁଁ ଆଖିର ପରଦା ଦୁର୍ବଳ ହୋଇଯାଇଥାଏ ଆମକୁ ଦେଖିବାରେ ସମସ୍ୟା ହୋଇଥାଏ। ଆଖିର ଲେନ୍ସରେ ସୁଗର ଜମା ହେବା ଆରମ୍ଭ ହୋଇଯାଇଥାଏ। ଏଥିରେ ସୁଗର ରୋଗୀଙ୍କ ରେଟିନା ଦୁର୍ବଳ ହେବାକୁ ଲାଗିଥାଏ ଏବଂ ବ୍ୟକ୍ତି ଧୀରେ ଧୀରେ ଦୃଷ୍ଟି ଶକ୍ତି ହରାଇଥାଏ। ତେଣୁ ଡାଇବେଟିସ୍ ରୋଗୀଙ୍କୁ ପ୍ରତି ୬ମାସରେ ଥରେ ଆଖି ଚେକ୍ ଅପ୍ କରାଇବାକୁ ପଡ଼ିଥାଏ।
୪. ବୃକକ୍ ଉପରେ ପ୍ରଭାବ : ସୁଗରର ପ୍ରଭାବ ବୃକକ୍ ଉପରେ ମଧ୍ୟ ପଡ଼ିଥାଏ। ସୁଗର ରୋଗୀଙ୍କ ପରିସ୍ରା ଖୁବ୍ ଶୀଘ୍ର ପାସ୍ ହୋଇଥାଏ। ବୃକକ୍ ଆମ ଶରୀରରେ ତରଳ ପଦାର୍ଥକୁ ଛାଣିବା କାମ କରିଥାଏ। ବର୍ଜ୍ୟ ତରଳ ପଦାର୍ଥକୁ ବାହାର କରିଦେଇଥାଏ ଏବଂ ଜରୁରୀ ତରଳ ପଦାର୍ଥକୁ ଅଲଗା କରିଥାଏ। ଏହା ପରେ ବୃକକ୍ ଏହି ପ୍ରକ୍ରିୟାକୁ ସମାନ ତରଳ ପଦାର୍ଥ ସହ ପୁର୍ନବାର କରିଥାଏ। ଯେଉଁ ବର୍ଜ୍ୟ ତରଳ ପଦାର୍ଥକୁ ବାହାର କରିଥାଏ ସେଥିରେ ରହିଯାଇଥିବା ପୋଷକ ତତ୍ତ୍ବକୁ ଅବଶୋଷିତ କରିଥାଏ। କିନ୍ତୁ ସୁଗର ହୋଇଯିବା କାରଣରୁ ବୃକକର ଛାଣିବା କ୍ଷମତା କମ୍ ହୋଇଯାଇଥାଏ ଏବଂ ତରଳ ପଦାର୍ଥ ଅବଶୋଷିତ ହେବାର କ୍ଷମତା କମ୍ ହୋଇଯାଇଥାଏ। ଏହି କାରଣରୁ ଡାଇବେଟିସ୍ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ।
୫. ଗାଉଟ୍ ସମସ୍ୟା : ରକ୍ତରେ ଗ୍ଲୁକୋଜର ସ୍ତର ବଢ଼ିବା ଯୋଗୁଁ ଆମ ଶରୀରର ଅନେକ ବାୟୋଲୋଜିକାଲ୍ ଫଙ୍କସନ୍ ଉପରେ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ଆମ ଶରୀରର ଜଏଣ୍ଟସରେ ୟୁରିକ୍ ଏସିଡ୍ କ୍ରିଷ୍ଟଲ୍ସ ଜମା ହେବାକୁ ଲାଗିଥାଏ। ଯେତେବେଳେ ଜଏଣ୍ଟସ୍ ଟିସୁ ଭିତରେ ୟୁରିକ୍ ଏସିଡର ମାତ୍ରା ଅତ୍ୟଧିକ ବଢ଼ି ଯାଇଥାଏ ସେତେବେଳେ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାକୁ ଗାଉଟ୍ କୁହାଯାଏ।
୬. ଅତ୍ୟଧିକ ଭୋକ ଲାଗିଥାଏ : ସୁଗର ଏବଂ ଗ୍ଳୁକୋଜ ଦୁଇଟି ଏପରି ଜିନିଷ, ଯାହା ଆମ ଶରୀରକୁ ଶକ୍ତି ଦେଇଥାଏ। ଏହା ଆମ ଶରୀରର ଇନ୍ଧନ ଭଳି କାମ କରିଥାଏ। କିନ୍ତୁ ଏଗୁଡ଼ିକର ମାତ୍ରା ବଢ଼ିଗଲେ ଇନସୁଲିନର ଉତ୍ପାଦନ କମିଯାଇଥାଏ। ଏଥିପାଇଁ ସୁଗର ଏବଂ ଗ୍ଲୁକୋଜର ଅବଶୋଷଣ ଶରୀରରେ ଠିକଭାବେ ହୋଇପାରିନଥାଏ। ଶରୀରରେ ଶକ୍ତି କମିଗଲେ ଆମକୁ ଭୋକ ଲାଗିଥାଏ।
୮. ଶୋଷ ଲାଗିବା : ଡାଇବେଟିସର ଏକ ଲକ୍ଷଣ ହେଉଛି ହଠାତ୍ ଶୋଷ ଲାଗିବା।