ଭୁବନେଶ୍ୱର ୧୮/୦୭: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ । ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ପ୍ରତ୍ୟାହୃତ । ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପ୍ରତ୍ୟାହୃତ ।
ସୂଚନା ଥାଉକି, ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଥିଲା ।
ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କହିଥିଲେ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ । ଗୁରୁବାର ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଥିଲା । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍ ରହିବ ବୋଲି ନିଷ୍ପତ୍ତି ହୋଇଛି । ନୂତନ ଏସ୍ଓପି ନ ଆସିବା ଯାଏଁ ଏହି ଗାଇଡ ଲାଇନ ମାନିବାକୁ ନିର୍ଦ୍ଦେଶ ।