ରାଜପରିବାରର ଶେଷ ରାଣୀଙ୍କ ପରଲୋକ, ୯୦ ବର୍ଷ ବୟସରେ ରମାକୁମାରୀ ଦେବୀଙ୍କ ଦେହାନ୍ତ

Published By : Prameya-News7 Bureau | January 02, 2023 IST

ଜୟପୁର ୦୨/୦୧: ଜୟପୁର ରାଜ ପରିବାରର ଶେଷ ରାଣୀ ରମାଦେବୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଆଜି ସକାଳେ ଜ୍ୟୋତି ମହଲରେ ତାଙ୍କ ଦେହାନ୍ତ ହୋଇଛି । ସାନ ବୋହୁ ସାରିକା ଦେବୀ ଓ ନାତି ଚନ୍ଦ୍ର ଚୁଡ ଉପସ୍ଥିତ ଅଛନ୍ତି ।

ବିଶାପାଟଣାରୁ ସମ୍ପର୍କୀୟ ଆସିବା ପରେ ସ୍ଥାନୀୟ ଚନ୍ଦନ ବାଡ୍ ରାଜା ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହେବ ବୋଲି ଜଣାପଡିଛି । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁଅ ଛୁଟୁଛି ।

ସୂଚନା ଥାଉକି, ରାଣୀ ରମା କୁମାରୀ ହେଉଛନ୍ତି ରାଜ ପରିବାରର ଶେଷ ରାଣୀ । ସେ ହେଉଛନ୍ତି ରାଜା ରାମ କୃଷ୍ଣଦେବଙ୍କ ପତ୍ନୀ । ବିକ୍ରମ ଦେବ ରାଜାଙ୍କ ପୁତ୍ର ନ ଥିବାରୁ ରାମ କୃଷ୍ଣଙ୍କୁ ପୋଷ୍ୟ ପୂତ୍ର ଭାବେ ଗ୍ରହଣ କରିଥିଲେ । ରାଣୀ ରମା ଦେବୀ ଆନ୍ଧ୍ର ପ୍ରଦେଶ ମଡ ଗୁଲର ବିଧାୟିକା ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.