୪୦ ବର୍ଷରେ ପାଦ ଦେଲେ ରଣବୀର କପୁର, ଜାଣନ୍ତୁ ଆଲିଆଙ୍କଠୁ କେତେ ଅଧିକ ତାଙ୍କ ନେଟ ମୂଲ୍ୟ

Published By : Prameya-News7 Bureau | September 28, 2022 IST

ମୁମ୍ଵାଇ ୨୮।୦୯: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର। ତାଙ୍କର ଦକ୍ଷ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସର୍ବଦା ଆଲୋଚନା କରିଆସୁଛନ୍ତି। ଏହି ସମୟରେ ବ୍ରହ୍ମାସ୍ତ୍ର ଫିଲ୍ମ ବିଷୟରେ ରଣବୀର କପୁର ଚର୍ଚ୍ଚାରେ ଥିବାବେଳେ ଅନ୍ୟ ପଟେ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ଗର୍ଭବତୀ ଅଛନ୍ତି। ପ୍ରଶଂସକମାନେ ଏହି ଦମ୍ପତିଙ୍କଠାରୁ ଖୁସି ଖବରକୁ ଆଗ୍ରହ ସହ ଅପେକ୍ଷା କରିଛନ୍ତି। ରଣବୀର କପୁର ୨୮ ସେପ୍ଟେମ୍ବରରେ ଜନ୍ମ। ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ବିଶେଷ ଜିନିଷ କହିବାକୁ ଯାଉଛୁ।

Ranbir Kapoor says he doesn't take Brahmastra advance booking figures  seriously | Bollywood - Hindustan Times

ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ ମସିହାରେ ଋଷି କପୁର ଏବଂ ନୀତୁଙ୍କ ଠାରୁ ଜନ୍ମ ହୋଇଥିଲେ। ଆଜି ସେ ତାଙ୍କର ୪୦ତମ ଜନ୍ମ ଦିନ ପାଳନ କରୁଛନ୍ତି । ୨୦୦୭ରେ ସଞ୍ଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ର ସାୱରିଆରେ ଡେବ୍ୟୁ କରିଥିଲେ। କିନ୍ତୁ ଅଭିନେତା ଭାବରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ରଣବୀର କପୁର ସଞ୍ଜୟଙ୍କୁ ବ୍ଲାକ୍ ଫିଲ୍ମରେ ସାହାଯ୍ୟ କରିଥିଲେ। ରଣବୀର ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ରଣବୀରଙ୍କ ଫିଲ୍ମ କ୍ୟାରିୟର ପୁରାପୂରି ଦମ୍‌ଦାର ରହିଛି । ରାଜନୀତି, ରକଷ୍ଟାର, ବାର୍ଫି, ୟେ ଜୱାନୀ ହୈ ଦେୱାନୀ, ଏ ଦିଲ ହୈ ମୁଶକିଲ, ତମାଶା ଏବଂ ବ୍ରହ୍ମାସ୍ତ୍ର ଭଳି ହିଟ୍ ଫିଲ୍ମରେ ସାମଲ୍‌ ଅଛି ।

{"width":832,"height":624}
Ranbir Kapoor calls the paparazzi 'chacha and mama' as they wish him on  being a 'dad-to-be' | Filmfare.com

କପୁର ପରିବାରର ସମସ୍ତ ପିଢି ଭଲ କଳାକାର ଭାବରେ ଅଭିନୟ କରିଛନ୍ତି। କିନ୍ତୁ ରଣବୀର କପୁର ପାଠ ପଢାରୁ ଦୂରେଇ ରହିବା ପାଇଁ ଅଭିନୟ ବାଛିଥିଲେ। ଏନେଇ ସେ ନିଜେ ମଧ୍ୟ କହିଥିଲେ କି 'ଆମ ସମସ୍ତଙ୍କର ଅଭିନେତା ହେବା ପଛରେ କେବଳ ଗୋଟିଏ କାରଣ ଅଛି, ଆମ ପରିବାରରେ କେହି ଅଧ୍ୟୟନ କରିନାହାଁନ୍ତି ଏବଂ ସମସ୍ତଙ୍କୁ କଳାକାର ହେବାକୁ ପଡ଼ିବ।' କେବଳ ଏତିକି ନୁହେଁ ରଣବୀର ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଦାଦା ରାଜ କପୁର ବାକି, ସାମସ୍ତଙ୍କ ଠାରୁ ଅଧିକ ପାଠ ପଢିଛନ୍ତି ।

Ranbir Kapoor says he 'always wanted children' with Alia Bhatt: 'Spoke  about having kids from the first day we met' | Entertainment News,The  Indian Express

ଯେତେବେଳେ ରଣବୀର ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ, ତାଙ୍କୁ ଚକୋଲେଟ୍ ବଏ କୁହାଯାଉଥିଲା ଏହି ସମୟରେ, ତାଙ୍କ ନାମ ମଧ୍ୟ ଅନେକ ସୁନ୍ଦରୀ ସହିତ ଜଡିତ ଥିଲା । ବାସ୍ତବରେ ରଣବୀର ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଅବନ୍ତିକା ମଲିକଙ୍କୁ ଡେଟ କରିଥିଲେ। ପରେ ରଣବୀରଙ୍କ ନାମ ସୋନମ କପୁର, ନର୍ଗିସ୍ ଏବଂ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଡେଟିଂ କରିଥିଲେ। ୨୦୧୭ ରେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ଆଲିଆ ଏବଂ ରଣବୀର ସାକ୍ଷାତ ହୋଇଥିଲେ ଏବଂ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। ଏଥି ସହିତ, ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଶୀଘ୍ର ଏହି ଦୁନିଆରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ।

{"width":851,"height":486}
Ranbir Kapoor Struggles While Sleeping With Pregnant Wife, Alia Bhatt, Says  'She Starts Moving...'

ରିପୋର୍ଟ ଅନୁଯାୟୀ ରଣବୀର କପୁରଙ୍କ ନେଟ୍ ମୂଲ୍ୟ ବିଷୟରେ କହିବାକୁ ଗଲେ ରଣବୀର କପୁରଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୪୫ ନିୟୁତ ଡଲାର (୩୩୭ କୋଟି ଟଙ୍କା) ଅଟେ। କୁହାଯାଏ ଯେ ରଣବୀର କୌଣସି ପ୍ରମୋସନ କିମ୍ବା ବିଜ୍ଞାପନ ପାଇଁ ୫ କୋଟି ଟଙ୍କା ନିଅନ୍ତି। ରଣବୀରଙ୍କ କାର କଲେକସନ୍‌ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ BMW X6, ଲେକ୍ସସ୍, ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ କ୍ଲାସ୍, ଅଡି R8 ଏବଂ ରେଞ୍ଜ ରୋଭର ଅଛି। କହିବୁ ଯେ କହିବାକୁ ଗଲେ ଆଲିଆଙ୍କ ସମ୍ପତ୍ତି ମୂଲ୍ୟ କହିବାକୁ ଗଲେ ୨୧.୭ ମିଲିୟନ $ (୧୫୮ କୋଟି) ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.