ରିଚ୍‌ କପଲ୍‌ ଆଲିଆ ଭଟ୍ଟ ଓ ରଣବୀର କପୁର , ପୁଳାଏ କାର୍ କୁ ବହୁତ ଟଙ୍କା

Published By : Prameya-News7 Bureau | April 14, 2022 IST

ମୁମ୍ବାଇ ୧୪/୦୪ : ରଣବୀର କପୁର ଓ ଆଲିଆ ଭଟ୍ଟ। ମୋଷ୍ଟ ଆଡରବଲ୍‌ କପୁଲ୍‌ ଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ବିବାହକୁ ନେଇ ଉଠୁଛି ପଡ଼ୁଛି ବଲିଉଡ୍‌। ଧୁମ୍‌ଧାମରେ ଚାଲିଛି ବିବାହର ପ୍ରସ୍ତୁତି। ବିବାହରେ ସଜେଇ ହୋଇଛି  ଆର୍‌ କେ ହାଉସ୍‌ ଓ ରେସିଡେନ୍ସ। ଆଜି ବିବାହ ଥିବାବେଳେ ଗତକାଲି ତାଙ୍କ ମେହେନ୍ଦିକୁ ନେଇ ହୋଇଥିଲା ଚର୍ଚ୍ଚା। । ଏହାରି ଭିତରେ ଆମେ ଆପଣଙ୍କୁ କହିବୁ ଦୁହିଁଙ୍କ କାର୍‌ କଲେକ୍ସନ୍‌ ଓ ସମୁଦାୟ ସମ୍ପତ୍ତି ବିଷୟରେ।  

ରାଜନୀତି, ରକ୍‌ଷ୍ଟାର୍‌,  ବର୍ଫି ଓ ସଞ୍ଜୁବାବା  ଭଳି ବ୍ଲକବଷ୍ଟର ଫିଲ୍ମ କରିଥିବା ରଣବୀରଙ୍କ ଡିମାଣ୍ଡ ବହୁତ।   ଗୋଟିଏ ପ୍ରୋଜେକ୍ଟ ପାଇଁ ନିଅନ୍ତି ୨୦ରୁ  ୫୦ କୋଟି ଟଙ୍କା।  ମୁମ୍ବାଇର ବାନ୍ଦ୍ରାରେ ରହିଛି ନିଜ ଘର। ଯହାର ମୂଲ୍ୟ ପାଖାପାଖି ୩୦କୋଟି ଟଙ୍କା।  ବଲିଉଡ୍‌ ଲାଇଫ୍‌ ମୁତାବକ ରଣବୀରଙ୍କ ମୋଟ୍‌ ସମ୍ପତ୍ତି ୩୩୭ କୋଟି। 

୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଆଲିଆ ଭଟ୍ଟ।  ସେ ତାଙ୍କ ୧୦ ବର୍ଷର ଫିଲ୍ମ କରିୟରରେ ଦେଇଛନ୍ତି ଅନେକ ହିଟ୍ସ। ଏବେ ସେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କର ପ୍ରଥମ ଚଏସ୍‌। ଗୋଟିଏ ଫିଲ୍ମ ପାଇଁ ଆଲିଆ ନିଅନ୍ତି ୫ରୁ ୮ କୋଟି।  ବିଜ୍ଞାପନ୍‌ ସୁଟ୍‌ ପାଇଁ ୨ କୋଟି ନେବାବେଳେ ଇଭେଣ୍ଟରେ ଯୋଗ ଦେବାକୁ ନିଅନ୍ତି ୩୦ରୁ ୪୦ ଲକ୍ଷ। ତାଙକର ନିଜର ଏକ ପ୍ରଡକ୍ସନ ହାଉସ୍‌ ବି ରହିଛି। ତେବେ ତାଙ୍କର ସମୁଦାୟ ସମ୍ପତ୍ତି ୧୫୮ କୋଟି ଟଙ୍କା।

ଆଲିଆ ଘର କଥା କହିଲେ, ସେ ଲଣ୍ଡନରେ କିଣିଛନ୍ତି ଘର। ଏହାସହ ତାଙ୍କର ମୁମ୍ବାଇର ଜୁହୁ ଓ ବାନ୍ଦ୍ରାରେ ବି ରହିଛି ୨ଟି ଆପାର୍ଟମେଣ୍ଟ।

ଆଲିଆ ଓ ରଣବୀର  ଦୁହେଁ ଦାମୀ ଗାଡିର ରଖନ୍ତି ସଉକ।  ଆଲିଆଙ୍କ ପାଖରେ ଅଡି Q7, ଅଡି Q5, ଅଡି A6, ବିଏମଡବ୍ଲୁ 7 ସିରିଜ୍‌, ରେ଼ଞ୍ଜ ରୋଭର ଆଦି ଗାଡି ରହିଛି।  ଆଉ ରଣବୀରଙ୍କ ପାଖରେ ରେଞ୍ଜ ରୋଭର ଭୋଗ୍‌, ଅଡି ଆର୍‌ 8, Mercedes-Benz GL Class, ରେଞ୍ଜ୍‌ ରୋଭର ସ୍ପୋର୍ଟ୍ସ, BMW X6  ଭଳି ଗାଡି ରହିଛି। ତେବେ ଏହାକୁ ହିସାବ କଲେ ଦୁହିଁଙ୍କର ସମୁଦାୟ ସମ୍ପତ୍ତି ୫୦୦ କୋଟିରୁ ଅଧିକ।

କୁହାଯାଉଛି ଯେ ବିବାହ ପରେ ରଣବୀର ଓ ଆଲିଆ କୃଷ୍ଣାରାଜ୍‌ ବଙ୍ଗଲୋରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.