ସରିଲା ରାମ ଲାଲାଙ୍କର ବିଶାଳ ଶୋଭଯାତ୍ରା, ସହର ସାରା ବୁଲିଲେ ଶତାଧିକ ମେଢ
31/03/2023 at 8:53 AM

ଭଦ୍ରକ ୩୦/୩: ସରିଲା ଶ୍ରୀରାମଙ୍କ ଶୋଭଯାତ୍ରା । ଭଦ୍ରକ ଜିଲ୍ଲାର ଐତିହାସିକ ଶ୍ରୀରାମ ନବମୀ ଶୋଭଯାତ୍ରା ସରିଲା । ମହାଆଡମ୍ବରରେ ପାଳିତ ହୋଇଛି । ଶତାଧିକ ମେଢ଼ରେ ରାମ ଲାଲାଙ୍କୁ ଶୋଭଯାତ୍ରାରେ ସହର ମଧ୍ୟରେ ୧୨ କିଲୋମିଟର ପରିକ୍ରମା କରାଯାଇଥିଲା ।
ସୂଚନା ଥାଉକି ଗତ କିଛିଦିନ ହେବ ଏଠାରେ ଆରମ୍ଭ ହୋଇଛି ରାମଳୀଲା ମହୋତ୍ସବ । ପ୍ରଥମେ କଳସ ଶୋଭାଯାତ୍ରା ସହ ଭଜନ ସଂକୀର୍ତ୍ତନରେ କମ୍ପିଥିଲା ପରିବେଶ ।