ଆଇପିଏଲ୍‌ରେ ସୁପର ଫ୍ରାଇଡେ ସୋ, ରୟାଲ୍ସକୁ ଭେଟିବ ଟାଇଟନ୍ସ

Published By : Prameya-News7 Bureau | May 05, 2023 IST

ଜୟପୁର ୦୫/୦୫: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଜମିବ ହେବିଓ୍ୱେଟ୍ ପାଇଟ୍ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳି ଶୀର୍ଷ ସ୍ଥାନକୁ ଉଠିବା ଲକ୍ଷ୍ୟରେ ଖେଳିବ ଖିେଳିବ ରୟାଲ୍ସ । ସେହପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଟାଇଟନ୍ସ ।

ଗତ ମାସ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରୟାଲ୍ସ ଦଳ ଏହି ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିଥିଲା । ସଞ୍ଜୁ ସାମସନ ଓ ସିମରନ ହେତମାୟର ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ ଖେଳି ଦଳକୁ ଜିତାଇଥିଲେ । ପୂର୍ବ ରେକର୍ଡକୁ ଦେଖିଲେ ଟାଇଟନ୍ସର ପଲା ଭାରି ରହିବ । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ ଓ ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ଏପରିକି ଫାଇନାଲ୍‌ରେ ରୟାଲ୍ସ ହରାଇ ଟାଇଟନ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ଉଭୟ ଦଳ ଏହାରି ବିତରେ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ଟାଇଟନ୍ସ ୬ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ହାସଲ କରିଛି । ଅନ୍ୟ ପଟରେ ରୟାଲ୍ସ ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.