ସ୍ଵାଭିମାନୀ ଓଡ଼ିଆ ମହିଳା ବିଶ୍ୱ ପକ୍ଷରୁ ମୁମ୍ବାଇରେ ରଜ ମହୋତ୍ସବ ୨୦୨୫ର ପାଳିତ

Published By : Prameya-News7 Bureau | June 17, 2025 IST

ମୁମ୍ବାଇ: ସ୍ୱାଭିମାନୀ ଓଡ଼ିଆ ମହିଳା ବିଶ୍ୱ (SOWW), ମୁମ୍ବାଇ ଦ୍ୱାରା ରଜ ମହୋତ୍ସବ ୨୦୨୫ ବେଶ ହର୍ଷୋଲ୍ଲାସର ସହ ମୁମ୍ବାଇର ମାରୋଲ ଠାରେ ସ୍ଥିତ ସାନବିଲ ବଙ୍କେଟ ଧାମାଧୁମରେ ପାଳିତ ହୋଇଛି। ଏଥିରେ ୩୦୦ରୁ ଅଧିକ ଅତିଥି ଯୋଗ ଦେଇ ଉତ୍ସବକୁ ସାଫ୍ୟଲ ମଣ୍ଡିତ କରିଥିଲେ। 

କାର୍ଯ୍ୟକ୍ରମରେ ଅତିଥି ଭାବେ ଅମୃତା ନାୟକ (Sa Re Ga Ma Pa ଫାଇନାଲିଷ୍ଟ ଓ ଗାୟିକା), ରାଗିନୀ ସୁତ୍ରଧାର (ଅଭିନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା), ହେତାଲ୍ (ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ଓ ମେକଅପ ଆର୍ଟିସ୍ଟ) ଯୋଗ ଦେଇଥିଲେ। ସବିତା ପତ୍ର, ହିମାନୀ ବୋହିଦାର, ମୋନାଲିସା ପତ୍ର, ତନୁଶ୍ରୀ ଦାସ, ସ୍ୱାସ୍ତିକ ପ୍ରିୟଦର୍ଶିନୀ, ଜ୍ୟୋତ୍ସ୍ନା ନାୟକ, ସଙ୍ଗୀତା ରାଉତ, ସୁଜାତା ଅଧିକାରୀ, ଶତାବ୍ଦୀ ପଣ୍ଡା, ବନାନୀ ପ୍ରହରାଜ, ଓ ଚଞ୍ଚଳ ପତ୍ର କାର୍ଯ୍ୟକ୍ରମ ପରିଚାଳନାରେ। 

ଏହି ଉତ୍ସବ ଅବସରରେ ମୁମ୍ବାଇ କୁର୍ଲାର ଉତ୍କଳ ଇଂଲିଶ ମିଡିଅମ୍ ସ୍କୁଲ ପାଇଁ ପୁସ୍ତକ ଏବଂ ଲାଇବ୍ରେରୀ ନିମନ୍ତେ ଅନୁଦାନ ସଂଗ୍ରହ କରାଯାଇଛି, ଯେଉଁଠି ଓଡ଼ିଆ ଭାଷା ଶିକ୍ଷାଦାନ ମଧ୍ୟ ଦିଆଯାଉଛି। SOWW ହେଉଛି  ଓଡ଼ିଆ ମହିଳାମାନଙ୍କ ଦ୍ୱାରା ଚାଲିଥିବା ଏକ ମଞ୍ଚ, ଯେଉଁଠି ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ କରିବା ଏବଂ ନାରୀ ସଶକ୍ତିକରଣକୁ  ଅଗ୍ରାଧିକାର ଦେଇଥାଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.