ରେଳ ଧାରଣା ଉପରେ ମାଡ଼ିଗଲା ଟ୍ରକ, ରେଲ୍‌ୱେ କର୍ମଚାରୀ ମୃତ

Published By : Prameya-News7 Bureau | December 13, 2022 IST

ଝାରସୁଗୁଡ଼ା,୧୩/୧୨: କାମ କରୁ କରୁ ଦୁର୍ଘଟଣାର ଶିକାର ହୋଇ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସକାଳ ସାଢେ ଦଶଟା ସମୟରେ ବାଲିଜୋରି ନିକଟସ୍ଥ ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି । ରେଳ କର୍ମଚାରୀଙ୍କୁ ରେଳ ଧାରଣା ମଝିରେ ଏକ ଟ୍ରକ ଚାପି ଦେଇଛି। ଘଟଣାସ୍ଥଳରେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଝାରସୁଗୁଡା ଜିଲ୍ଲା ଦକ୍ଷିଣ-ପୂର୍ବ ହାୱାଡା ବମ୍ବେ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ. ବାଲିଜୋରି ଫାଟକରେ  କାର୍ଯ୍ୟରତ କର୍ମଚାରୀ ଟେକଚାନ୍ଦ ପାନଙ୍କୁ ରେଳ ଲାଇନ୍‌ ଭିତରେ ଏକ ହାଇୱା ନଂ.ଓଡି ୧୬ ବି ୮୧୩୯ ଧକ୍କା ଦେଇ ମାଡିଯାଇଥିଲା । ଘଟଣା ସ୍ଥଳରେ ଟେକଚାନ୍ଦଙ୍କର ମୃତ୍ୟୁ ହୋଇଛି । ମୃତ ଦେହ ଉଦ୍ଧାର କରି ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି । କିନ୍ତୁ ସହଯୋଗୀଙ୍କୁ ହରାଇ ଭୟଭୀତ ହୋଇ ପଡିଛନ୍ତି ଅନ୍ୟ ଫାଟକ କର୍ମଚାରୀ । ଅଧିକ ଭାରି ଯାନ ଯାତାୟତ ଓ ସେମାନେ ନିୟମ ମାନୁ ନଥିବାରୁ ଏଭଳି ଅଘଟଣ ଘଟୁଛି ବୋଲି ସହଯୋଗୀ କର୍ମଚାରୀ କହିବା ସହ ସରକାର ଏଥିପ୍ରତି ଯତ୍ନବାନ ହେବାକୁ ଦାବି କରିଛନ୍ତିି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.