ବିନା ଲାଇସେନ୍ସରେ ଚାଲିଥିଲା କରତ କଳ, ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢ଼ାଉ

Published By : Prameya-News7 Bureau | June 21, 2022 IST

ଭଦ୍ରକ ୨୧।୦୬:  ବେଆଇନ୍‌ କରତକଳରେ ଚଢାଉ । ଏକାସାଙ୍ଗେ ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ଚଢ଼ାଉ ବେଳେ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ କାଠ ଓ ଯନ୍ତ୍ରାଂଶ ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୁନିପଡା ଛକ ଓ ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁର ଗାଁରେ ଥିବା କାଠ ମିଲ ଉପରେ ଚଢାଉ ହୋଇଛି । ଏହି ଦୁଇଟି କରତ କଳ ବିନା ଲାଇସେନ୍ସରେ ଚାଲୁଥିଲା । ଏନେଇ ବାଲେଶ୍ୱର ଭିଜିଲାନ୍ସ ଓ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ଅଭିଯୋଗ ଆସିଥିଲା । ଏହାପରେ ଭଦ୍ରକ, ବାଲେଶ୍ୱର , କଟକର ଭିଜିଲାନ୍ସ ଓ ବନ ବିଭାଗ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରିଛନ୍ତି । ଏହି ଚଢାଉରେ ଦୁଇଟି କାଠ ମିଲରୁ ପ୍ରାୟ ୨୦ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.