ଦେଶକୁ ଅଧିକାରୀକ ଭାବେ ଆସିସାରିଛି ମାନ୍ଦାବସ୍ଥା, ରାହୁଲ କହିଲେ ବୟାନବାଜୀରେ ସୁଧୁରିବନି ପରିସ୍ଥିତି

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭।୧୧: ପରିସଂଖ୍ୟାନ ବିଭାଗ (ଏନଏସଓ) ଶୁକ୍ରବାର ଅର୍ଥନୈତିକ ରିପୋର୍ଟ ଜାରି କରିଛନ୍ତି। ଏଥିରେ ଦେଶର ଜିଡିପି ହ୍ରାସ ଦ୍ୱିତୀୟ ତ୍ରୈମାସିକରେ ବିଯୁକ୍ତ ୭.୫ ପ୍ରତିଶତ ଥିବା ଦର୍ଶାଯାଇଛି। ଏନଏସଓଙ୍କ ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଲକ୍ଷ କରି ମନ୍ତବ୍ୟ ଦେଇଥିବା ବେଳେ ଦେଶକୁ ମାନ୍ଦାବସ୍ଥାର ଅଧିକାରୀକ ପ୍ରବେଶ ହୋଇଥିବା ଉଲ୍ଲେଖ କରିଛନ୍ତି।

wp:html /wp:html

ଭାରତ ଲାଗି ଆର୍ଥିକ ମାନ୍ଦାବସ୍ଥାର ଏହା ପ୍ରଥମ ଅଭିଜ୍ଞତା। ଏହା ପୂର୍ବରୁ କେବେବି ଦେଶ ଏଭଳି ବିପରୀତ ଆର୍ଥିକ ପରିସ୍ଥିତିକୁ ଆସିନଥିଲା। ଅଦୂରଦର୍ଶିତା  ଓ ତ୍ରୁଟିପୂର୍ଣ୍ଣ ନୀତି ଦେଶକୁ ଏହି ଦିନ ଦେଖାଇଥିବା ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଯୋଜନା ବିହୀନ ନିତି ନିର୍ଦ୍ଧାରଣ ଦେଶକୁ ଏପରି ପରିସ୍ଥିତିରେ ପହଞ୍ଚାଇଥିବା ବେଳେ ଏଥିରୁ ମୁକୁଳିବା ଲାଗି ସରକାରଙ୍କ ସ୍ଥାଣୁତାକୁ ଟାର୍ଗେଟ କରିଛନ୍ତି ରାହୁଲ।

{"id":368720,"sizeSlug":"large"}

ଦେଶର ଏପରି ଆର୍ଥିକ ଅବସ୍ଥାରେ ଲୋକଙ୍କ କଥା ସହଜରେ ଅନୁମାନ କରାଯାଇପାରେ। ଏଥିରେ ୩କୋଟିରୁ ଅଧିକ ଲୋକେ ଏବେ ମନରେଗା ଯୋଜନାରେ ରୋଜଗାର ବାଟ ଚାହିଁ ବସିଥିବା ଉଲ୍ଲେଖ କରିଛନ୍ତି ରାହୁଲ।  ଏଣୁ ଦେଶରେ ଅନ୍ୟ ବେକାରଙ୍କ ସ୍ଥିତି ଓ ସଂଖ୍ୟାକୁ ସ୍ପଷ୍ଟ ବୁଝାଯାଇପାରେ।  ଏଣୁ  କେବଳ କଥାରେ ଦେଶ ଚାଲେ ନାହିଁ ବୋଲି ମୋଦିଙ୍କୁ ଟିପ୍ପଣୀ କରିଛନ୍ତି ରାହୁଲ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.