suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଜି ପୁଣି ହାଥରସ ଅଭିମୁଖେ ଯାଇପାରନ୍ତି ରାହୁଲ ଓ ପ୍ରିୟଙ୍କା, ଦୁଇ ଦିନ ପୂର୍ବରୁ ଯାଇ ହୋଇଥିଲେ ଗିରଫ

3/10/2020 at 10:10 AM

ନୂଆଦିଲ୍ଲୀ ୩।୧୦: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆକ୍ରାମକ ହୋଇଉଠିଛି କଂଗ୍ରେସ । ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦୁଇ ଦିନ ପୂର୍ବରୁ ହିଁ ପୀଡିତାଙ୍କ ପରିବାରଲୋକଙ୍କୁ ଭେଟିବାକୁ ହାଥରସ ଅଭିମୁଖେ ଗସ୍ତ କରିଥିଲେ । ସେହି ସମୟରେ ପୋଲିସ ଉଭୟଙ୍କୁ ଗ୍ରେଟର ନୋଏଡା ପରୀ ଅଞ୍ଚଳରେ ଅଟକାଇଥିଲା । ଉଭୟଙ୍କୁ ସେଠାରୁ ଗିରଫ ମଧ୍ୟ କରାଯାଇଥିଲା । ତାପରେ ଦିଲ୍ଲୀ ଫେରିଯିବାକୁ କୁହାଯାଇଥିଲା ।

ରାହୁଲ ଗାନ୍ଧୀ ଆଜି ପୁଣି ଥରେ ହାଥରସ ଯିବା ପାଇଁ ପ୍ରୟାସ କରିବେ । ଶୁଣାଯାଉଛି ଯେ, ରାହୁଲ ଦ୍ବିପ୍ରହରରେ ହାଥରସ ଅଭିମୁଖେ ଗସ୍ତ କରିବେ । ତାଙ୍କ ସହ କଂଗ୍ରେସ ସାଂସଦମାନଙ୍କ ଏକ ଦଳ ମଧ୍ୟ ଗସ୍ତ କରିବ । ରାହୁଲଙ୍କ ନେତୃତ୍ବରେ ଏହି ପ୍ରତିନିଧିମଣ୍ଡଳୀ ହାଥରସ ପୀଡିତାଙ୍କ ପରିବାରଲୋକଙ୍କୁ ଭେଟିବେ । ପୀଡିତାଙ୍କ ପରିବାରକୁ ନ୍ୟାୟରୁ ବଞ୍ଚିତ କରି ରଖାଯାଉଥିବା ଅଭିଯୋଗ ଆଣି କଂଗ୍ରେସ କହିଛି ଯେ, ପୀଡିତାଙ୍କ ପରିବାରଲୋକଙ୍କୁ ପୋଲିସ ଛାଉଣୀରେ ରଖାଯାଇଛି, ଗଣମାଧ୍ୟମକୁ ମଧ୍ୟ ସେଠାକୁ ଯିବା ପାଇଁ ଦିଆଯାଉନାହିଁ ।

ହାଥରସ ଘଟଣାକୁ ନେଇ ୟୁପି ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସ୍ବର ଉଠାଇଛନ୍ତି । ଗାଁରେ ପୋଲିସ ଛାଉଣୀଠୁ ନେଇ ଗାଁର ପ୍ରବେଶପଥକୁ ବନ୍ଦ କରାଯିବା ଆଦି ସମସ୍ତ ଘଟଣା ବିଷୟରେ ଟ୍ବିଟ୍ କରି ରାହୁଲ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଏହାସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେହିଭଳି ପ୍ରିୟଙ୍କା ଗାନ୍ଧୀ ହାଥରସ ପୀଡିତାଙ୍କ ପାଇଁ ଦିଲ୍ଲୀ ବାଲ୍ମିକୀ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ୟୁପି ସରକାରଙ୍କୁ ଭର୍ସନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ଗସ୍ତରେ ବାହରିଥିଲେ । ଉଭୟଙ୍କୁ ଗ୍ରେଟର ନୋଏଡା ପରୀ ଅଞ୍ଚଳରେ ପୋଲିସ ଅଟକାଇଥିଲା । ଗିରଫ କରିବା ପରେ ପୁର୍ନବାର ସେମାନଙ୍କୁ ଦିଲ୍ଲୀ ପଠାଇ ଦେଇଥିଲା ପୋଲିସ । ମାତ୍ର ରାହୁଲ ଗାନ୍ଧୀ ହାଥରସ ଯିବାପାଇଁ ଅଡି ବସିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ତାଙ୍କ ସମର୍ଥକଙ୍କୁ ପୋଲିସ ଠେଲାପେଲା ମଧ୍ୟ କରିଥିଲା । ଧକ୍କା ଖାଇ ରାହୁଲ ଗାନ୍ଧୀ ତଳେ ମଧ୍ୟ ପଡିଯାଇଥିଲେ । ଏହାକୁ ବିଜେପି ଫ୍ୟାସନ ପରେଡ ବୋଲି କହିଥିଲା ।

   Related Posts