ଭୁବନେଶ୍ୱର ୨୫/୦୮: ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବର ଶେଷ ସପ୍ତାହ ରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି.।
ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୁଡାନ୍ତ ତାରିଖ ପ୍ରସ୍ତୁତ ହେବ ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ । ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି ।
ସୂଚନା ଥାଉକି ଏହା ପୂର୍ବରୁ ୨୦୧୯ରେ ଓଡ଼ିଶା ଆସିଥିଲେ ରାହୁଲ ଗାନ୍ଧୀ । ନିର୍ବାଚନ ବେଳେ ରାଜ୍ୟରେ ଆସି ନିର୍ବାଚନ ପ୍ରଚାର କରିବାବେଳେ ଦଳୀୟ କର୍ମୀଙ୍କ ଉଦେେବୋଧନ ଦେଇଥିଲେ । ଏହାସହ ସମାବେଶରେ ଲୋକଙ୍କ ବି ସମ୍ୱୋଧନ କରିଥିଲେ । ତେବେ ଏଥରର ଗସ୍ତ ଦଳୀୟ କର୍ମୀଙ୍କ ସହ ଆଲୋଚନା ବୋଲି ଶୁଣିବାକୁ ମିଳୁଛି । ସେପଟେ ରାହୁଲଙ୍ଗ ଆଗମନକୁ ନେଇ କଂଗ୍ରେସ କର୍ମୀ ଉତ୍ସାହୀତ ହୋଇପଡିଛନ୍ତି ।
you can also read...
wp:embed {"url":"https://www.prameyanews7.com/rahul-gandhi-moves-bombay-high-court-in-defamation-case-filed-by-rss-worker/","type":"wp-embed","providerNameSlug":"prameya-news-7"} /wp:embed