ମୁମ୍ଵାଇ ୨୪।୦୨: ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ। ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ଦେଖିବାକୁ ମିଳେ। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ କିପରି ଏମାନଙ୍କ ବିନା ଆୟୋଜନ ହୋଇପାରିବ। ଆଉ କିଛି ଦିନ ମଧ୍ୟରେ ଅନନ୍ତ -ରାଧିକା ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବର କାର୍ଯ୍ୟକ୍ରମ ଜାମନଗରରେ ଆୟୋଜିତ ହେବ। ଯେଉଁଥିରେ ଅନେକ ବି-ଟାଉନ୍ ସେଲିବ୍ରିଟି ମଧ୍ୟ ଉପସ୍ଥିତ ରହିବେ। ବିବାହ ରୀତିନୀତି ମାର୍ଚ୍ଚ ୧ରୁ ଆରମ୍ଭ ହେଉଛି । କପଲଙ୍କ ବିବାହରେ କେଉଁ କାର୍ଯ୍ୟ ଅନୁଷ୍ଠିତ ହେବ, ଅତିଥି ତାଲିକା କ’ଣ ହେବ ଏବଂ ସେଠାରେ କେଉଁ ପ୍ରକାର ପରଫମାନ୍ସ ହେବ । ଆସନ୍ତୁ ଜାଣିବା ଏହି ସବୁ ବିଷୟରେ…
ଜାମନଗରର ଅମ୍ବାନୀ ପରିବାରର ବିଳାସପୂର୍ଣ୍ଣ ମହଲରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ପୂର୍ବ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତି କରାଯିବ। କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିବା ପାଇଁ ସେଠାରେ ନୃତ୍ୟ, ସଙ୍ଗୀତ, କାର୍ନିଭାଲ୍ ଫନ୍, ଭିଜୁଆଲ୍ ଆର୍ଟିଷ୍ଟ୍ରି ଏବଂ ଏକ ସ୍ୱତନ୍ତ୍ର ଡ୍ୟାନ୍ସ ପ୍ରଦର୍ଶନ ହେବ। ବି-ଟାଉନର ଅନେକ ସେଲିବ୍ରିଟି ଅନନ୍ତ ଏବଂ ରାଧିକାଙ୍କ ବିବାହ ପୂର୍ବ କାର୍ଯ୍ୟରେ ଯୋଗ ଦେବେ । କେବଳ ବଲିଉଡ ନୁହେଁ, ଆନ୍ତର୍ଜାତୀୟ ତାରକାମାନେ ମଧ୍ୟ ଏହି ପ୍ରିୱେଡିଂ ପାର୍ଟିରେ ଧମାଲ କରିବେ। ଏମାନଙ୍କ ବ୍ୟତୀତ ବଲିଉଡର ଗାୟକ ଅରିଜିତ ସିଂ, ଅଜୟ-ଅତୁଲ ଏବଂ ଦିଲଜିତ ଦୋସାଞ୍ଜ ମଧ୍ୟ ସେମାନଙ୍କ ପରଫମାନ୍ସ ଦେବେ।
ବ୍ୟବସାୟ, ରାଜନୀତି, ଖେଳ ଏବଂ ମନୋରଞ୍ଜନର ପ୍ରସିଦ୍ଧ ତାରକାମାନେ ଅମ୍ବାନୀ ପରିବାରର ସାନପୁଅ ଅନନ୍ତଙ୍କ ବିବାହ ପୂର୍ବ ସମାରୋହରେ ଯୋଗଦେବେ। ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରଜନୀକାନ୍ତ, ଶାହରୁଖ ଖାନ, ଅମୀର ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନ, ରଣବୀର ସିଂ, ଚଙ୍କି ପାଣ୍ଡେ, ରଣବୀର କପୁର, ଆଲିଆ ଭଟ୍ଟ ମଧ୍ୟ ଯୋଗଦେବେ। ଅତିଥି ତାଲିକାରେ ବିକି କୌଶଲ, କ୍ୟାଟ୍ରିନା କୈଫ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ଚୋପ୍ରା, ରାନୀ ମୁଖାର୍ଜୀ, କରଣ ଜୋହର, ବୋନି କପୁର, ଅନୀଲ କପୁର, ବରୁଣ ଧାୱନ, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ଶ୍ରଦ୍ଧା କପୁର ଏବଂ ଅନେକ କଳାକାରଙ୍କ ନାମ ରହିଛି।
wp:embed {"url":"https://www.prameyanews7.com/nitish-bharadwaj-ex-ias-wife-filed-darkhast-application-in-mumbai-cour/","type":"wp-embed","providerNameSlug":"prameya-news-7"} /wp:embed