ଯୋଦ୍ଧାରେ କାମ କରି ନିଜକୁ ନବାଗତା ଅନୁଭବ କରୁଛନ୍ତି ରାଶି, କହିଲେ-ମୁଁ ବହୁତ ନର୍ଭସ ଥିଲି

Published By : Prameya-News7 Bureau | March 02, 2024 IST

ମୁମ୍ଵାଇ ୦୨।୦୩: ଦେଶାତ୍ମବୋଧ ଫିଲ୍ମ ପ୍ରତି ସିଦ୍ଧାର୍ଥ ମଲହୋତ୍ରାଙ୍କର ରହିଛି ଖାସ୍‌ ରୁଚି  । ୨୦୨୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଶେର୍‌ଶାହ’ର  ସଫଳତା ପରେ ସେ ପୁଣି ଥରେ ଆଉ ଏକ ଦେଶାତ୍ମବୋଧ  ଫିଲ୍ମରେ ନଜର ଆସିବେ । ଏହାର ଟାଇଟଲ ହେଉଛି  ‘ଯୋଦ୍ଧା’ । ଏଥର ତାଙ୍କ  ଅପୋଜିଟ୍‌ରେ ଲିଡ୍‌ ଲେଡି  ଭୂମିକାରେ ଅଛନ୍ତି ସାଉଥ୍‌  ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା  ଅଭିନେତ୍ରୀ ରାଶି ଖାନ୍ନା । ଏନେଇ ଏକ ଗଣମାଧ୍ୟମ ସହ  ବାର୍ତ୍ତାଳାପରେ ସେ  ଫିଲ୍ମ ସାଇନ୍‌ କରିବାର  କାରଣ ବିଷୟରେ  କହିଛନ୍ତି ।

ଏବେ  ସେ ନିଜକୁ ଜଣେ  ନବାଗତା ବୋଲି  ଅନୁଭବ କରୁଛନ୍ତି ।  ମୁଖ୍ୟତଃ ଦକ୍ଷିଣ  ଭାରତୀୟ ଫିଲ୍ମରେ  କାମ କରୁଥିବା  ରାଶିଙ୍କୁ ଲୋକେ  ସର୍ବଦା ପଚାରୁଥିଲେ,  ହିନ୍ଦୀ ଫିଲ୍ମକୁ କେବେ  ଆସିବେ? ଯଦି ଚରିତ୍ର  ତାଙ୍କର ମନକୁ ଯିବ,  ତେବେ ନିଶ୍ଚୟ ଆସିବେ ବୋଲି ସେ ଜବାବ  ଦେଉଥିଲେ । ‘ଯୋଦ୍ଧା’ର  କାହାଣୀ ଶୁଣିବା ପରେ ତାହା ପୈସା  ୱସୁଲ ଫିଲ୍ମ ବୋଲି ତାଙ୍କର ବିଶ୍ୱାସ  ହେଲା । କିନ୍ତୁ ଫିଲ୍ମରେ କାମ କଲା ବେଳେ ଟିକିଏ ନର୍ଭସ ଥିଲେ।

wp:html
/wp:html

କାରଣ ଏଥିରେ ଥ୍ରିଲର୍‌,  ରୋମାନ୍ସ, ଆକ୍ସନ୍‌ ସବୁ କିଛି ଅଛି । ପୁଷ୍କର ଓଝା ଓ ସାଗର ଆମ୍ବ୍ରେଙ୍କ  ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା  ଦାୟିତ୍ୱରେ ଅଛି ଧର୍ମା ପ୍ରଡକ୍ସନ୍ସ ।  ସାଗର ଆମ୍ବ୍ରେ ଏହାର କାହାଣୀ  ଲେଖିଛନ୍ତି । ରାଶି ଏଥିରେ ସିଦ୍ଧାର୍ଥଙ୍କ  ପ୍ରେମିକା ଭୂମିକା ନିର୍ବାହ କରିଛନ୍ତି ।  ରୋନିତ ରୟ ସିଦ୍ଧାର୍ଥଙ୍କ ବାପା  ଭୂମିକାରେ ଅଛନ୍ତି । ଦିଶା ପଟାନି  ଏୟାର ହଷ୍ଟେସ୍‌ ଭୂମିକାରେ ନଜର  ଆସିବେ । ଆସନ୍ତା ୧୫ ତାରିଖରେ ଫିଲ୍ମଟି  ମୁକ୍ତିଲାଭ କରିବ ।

wp:embed {"url":"https://www.prameyanews7.com/why-was-aamir-amitabh-poor-at-isha-ambanis-wedding-abhishek-revealed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-was-aamir-amitabh-poor-at-isha-ambanis-wedding-abhishek-revealed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.