ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ !

Published By : Prameya-News7 Bureau | February 10, 2020 IST

ଦେବଗଡ ୧୦।୦୨: ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ ।  ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିମୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକଙ୍କ ନାମ ଗୁଆ ସ୍ବାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ରିଆମାଳ ଗାଁରେ ସୋମବାର ଦିନ ପୁତୁରା ଲିଙ୍ଗୁ ସ୍ବାଇଁ ହଠାତ୍ ଟାଙ୍ଗିଆ ଧରି ଖୁଡ଼ି ଗୁଆଙ୍କୁ ଆକ୍ରମଣ କରିଥିଲେ । ଗୁଆ ଭୟରେ ଘର ମଧ୍ୟକୁ ଚାଲିଯାଉଥିବା ବେଳେ ପୁତୁରା ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ତେବେ ପୁତୁରାର ଟାଙ୍ଗିଆ ଆକ୍ରମଣରେ ଖୁଡିଙ୍କ ମୃତ୍ୟୁ ହୋଇଛି । ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଥିଲା । ତେଣୁ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ପୋଲିସ ହତ୍ୟାକାଣ୍ଡର ଖବର ପୋଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାରେ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ମହିଳାଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.