ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ, ଯଥାରୀତି କରାଯିବ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି

Published By : Prameya-News7 Bureau | March 19, 2020 IST

ପୁରୀ ୧୯।୩: କରୋନା ପାଇଁ କଟକଣା । ଆସନ୍ତାକାଲିଠାରୁ ବନ୍ଦ ରହିବ ଶ୍ରୀମନ୍ଦିର । କେବଳ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଯଥାବିଧି କରାଯିବ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । କରୋନା ପ୍ରଭାବ ଯୋଗୁଁ ମନ୍ଦିର ବନ୍ଦ କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କରିବା ପରେ ସେବାୟତମାନେ ଏଥିରେ ସହମତି ପ୍ରକାଶ କରିଛନ୍ତି ।

ସେପଟେ କରୋନା ପାଇଁ ଖାଁ ଖାଁ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର କାଁ ଭାଁ ଶ୍ରଦ୍ଧାଳୁ ଯାଉଥିବା ଦେଖିବାକୁ ମିଳିଛି । କରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପିରି ବେଳାଭୂମିରେ ମଧ୍ୟ ପର୍ଯ୍ୟଟକମାନେ ଫେରିଯାଉଛନ୍ତି । ତୁରନ୍ତ ପର୍ଯ୍ୟଟକମାନଙ୍କୁ ହୋଟେଲରୁ ଖାଲି କରିବା ପାଇଁ ନୋଟିସ୍ ଜାରି ହୋଇଛି  । କିଛି ପର୍ଯ୍ୟଟକ ତଥା ତୀର୍ଥ ଯାତ୍ରୀ ସ୍ବତଃ ପ୍ରବୃତ ଭାବେ ପୁରୀ ଛାଡ଼ି ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ ପୁରୀରେ କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଅଭିଯାନ । ପୂର୍ବତଟ ରେଳବାଇ ପକ୍ଷରୁ ଷ୍ଟେସନକୁ ପରିଷ୍କାର କରାଯିବା ସହ ହେଲ୍ପ ଡେସ୍କ ଖୋଲାଯାଇଛି । ଷ୍ଟେସନ ଭିତରେ ଜନଗହଳି ରୋକିବା ପାଇଁ ଆରପିଏଫ ଅଧିକାରୀ ଓ କର୍ମଚାରୀମାନେ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.