ରାତିପାହିଲେ ଦେବସ୍ନାନ ପୂର୍ଣ୍ଣିମା, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି ଏବଂ ପୁରୀ ଏସ୍‌ପି

Published By : Prameya-News7 Bureau | June 03, 2023 IST

ଭୁବନେଶ୍ୱର ୦୩।୦୬ : ରାତିପାହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ଦୃଷ୍ଟିରେ ରଖି ପୁରୀରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

{"id":797439,"sizeSlug":"large","linkDestination":"none"}

ତେବେ ଦେବସ୍ନାନ ପୂର୍ଣ୍ଣିମା  ଅବସରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ନିର୍ମାଣ କରାଯାଇଥିବା ବେଳେ ଉପରେ ମଧ୍ୟ ସେଡ୍ ବ୍ୟବସ୍ଥା କରାଯାଇଛି। ଶନିବାର ଦିନ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ପୁରୀ ଏସପି ଡଃ କନୱର ବିଶାଳ ସିଂ ଶ୍ରୀମନ୍ଦିର ଭିତର, ବାହାର ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଛନ୍ତି। ସ୍ନାନଯାତ୍ରାକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/we-will-give-rs-5-lakh-each-to-the-families/","type":"wp-embed","providerNameSlug":"prameya-news-7"}
https://www.prameyanews7.com/we-will-give-rs-5-lakh-each-to-the-families/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.