ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ କଲେ ଏହାର ଉଦ୍‌ଘାଟନ

Published By : Prameya-News7 Bureau | October 04, 2022 IST

ପୁରୀ ୦୪।୧୦ : ପୁରୀରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଲୋକାର୍ପିତ ହୋଇଛି। ଏହି ବେଦ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଆଦର୍ଶ ବେଦ ବିଦ୍ୟାଳୟ ନାମରେ ନାମିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଦର୍ଶ ବେଦ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି।

 ଶ୍ରୀସଦାଶିବ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ଚାଲିବ ଏହି ବେଦ ବିଦ୍ୟାଳୟ। ଶ୍ରୀସଦାଶିବ ପରିସରରେ ଆରମ୍ଭ ହେବ ହିନ୍ଦୁ ଷ୍ଟଡି ସେଣ୍ଟର। ସ୍ନାତକୋତ୍ତର ବିଭାଗରେ ଶିକ୍ଷାଦାନ କରିବ ହିନ୍ଦୁ ଷ୍ଟଡିଜ୍। ଉଜ୍ଜୟିନୀ ସ୍ଥିତ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ୍ ବ୍ୟତୀତ ବାହାରେ ୫ଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ପୂର୍ବରେ ଶ୍ରୀଜଗନ୍ନାଥ ଧାମ ପୁରୀ ସ୍ଥିତ ଶ୍ରୀସଦାଶିବ କ୍ୟାମ୍ପସରେ ସାରା ଦେଶରେ ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଶୁଭାରମ୍ଭ ହୋଇଛି। ଏଠାରେ ଛାତ୍ରମାନଙ୍କର ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଃଶୁଳ୍କ ରହିବ। ଛାତ୍ରମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର, କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.