ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ବଦ୍ରୀନାଥ ଏକ୍ସପ୍ରେସ, ବେପରୁଆ ଭାବେ ପାର କରୁଥିଲା ରେଳଲାଇନ

Published By : Prameya-News7 Bureau | July 28, 2025 IST

ପୁରୀ: ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ବଦ୍ରୀନାଥ ଏକ୍ସପ୍ରେସ। ସୋମବାର ଅପରାହ୍ନ ପ୍ରାୟ ୪ଟାବେଳେ ପୁରୀରୁ ବଦ୍ରୀନାଥକୁ ଯାଉଥିବା ପୁରୀ ବଦ୍ରୀନାଥ ଏକ୍ସପ୍ରେସ ସାକ୍ଷୀଗୋପାଳ ମାଳତୀପାଟପୁର ଷ୍ଟେସନ ନିକଟ ମଦଲାଠାରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି। ଏଥିରେ ଟ୍ରାକ୍ଟରଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି।

ଟ୍ରାକ୍ଟର ଡ୍ରାଇଭର ଜଣକ ରେଳଲାଇନ ପାର କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରାକ୍ଟରର ଚକ ଏକ ଖାଲରେ ପଡ଼ିଯାଇଥିଲେ। ଜଣାପଡ଼ିଛି ଏଠାରେ ରେଳଲାଇନ ପାର କରିବାକୁ କୌଣସି ରାସ୍ତା ବି ନାହିଁ। ତେବେ ଖାଲରୁ ନଉଠିପାରିବାରୁ ପାଖ ଗ୍ରାମକୁ ଯାଇ ଲୋକଙ୍କୁ ସହାୟତା ପାଇଁ ଡାକିଥିଲେ ଡ୍ରାଇଭର। ମାତ୍ର ଏହି ସମୟରେ ଟ୍ରେନ ଟ୍ରାକ୍ଟରକୁ ଧକାଦେଇଥିଲା। ତେବେ ପୁରୀ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.