ଆଇପିଏଲ୍ ୨୦୨୨; ଗୁଜୁରାଟ ଟାଇଟନ୍ସକୁ ୧୯୦ ରନ୍‌ର ଟାର୍ଗେଟ୍ ଦେଲା ପଞ୍ଜାବ କିଙ୍ଗ୍‌ସ

Published By : Prameya-News7 Bureau | April 08, 2022 IST

ମୁମ୍ବାଇ: ଆଜି ମୁମ୍ବାଇ ବ୍ରାବର୍ଣ୍ଣରେ ଖେଳାଯାଉଥିବା ଆଇପିଏଲର ୧୬ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଗୁଜୁରାଟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ଆକୁ ଓହ୍ଲାଇଥିବା ପଞ୍ଜାବ ୧୮୯ ରନ୍ କରିଛି।

ଦଳ ପକ୍ଷରୁ ଲିଆମ ଲିବିଂଷ୍ଟୋନ୍ ସର୍ବାଧିକ ରନ୍ କରି ୬୪ ରନ୍ କରିଥିଲେ। ଲିବିଂଷ୍ଟୋନ୍ ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ।

ମୟଙ୍କ ଅଗରୱାଲଙ୍କ ନାରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ସେ ମାତ୍ର ୪ ରନ୍ କରି ହାର୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ଜନି ବେୟାରଷ୍ଟୋ ୮ ରନ୍ କରି ଲକି ଫରଗୁସନଙ୍କ ବଲ୍‌ରେ କ୍ୟାଚ୍‌ଆଉଟ ହୋଇଥିବା ବେଳେ ଶିଖର ଧାୱନଙ୍କୁ ଆଉଟ୍ କରିଥିଲେ ରସିଦ ଖାନ। ଶିଖର ମାତ୍ର ୩୦ ବଲ୍‌ରେ ୩୫ ରନ୍ କରିଥିଲେ। ଶିଖରଙ୍କ ଆଉଟ ହେବା ପରେ ଦଳ ମାତ୍ର ୧୦.୧ ଓଭରରେ ୩ଟି ୱିକେଟ୍ ହରାଇ ସାରିଥିଲା। ସେତେବେଳକୁ ଦଳର ସ୍କୋର ୮୬ ହୋଇଥିଲା।

ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଚାଲିଥିଲା। ଜିତେଶ ଶର୍ମା ୨୩ ରନ୍ କରି ଆଉଟ ହୋଇଥିବା ବେଳେ ଓଡେନ୍ ସ୍ମିଥ୍ ଖାତା ଖୋଲିପାରି ନଥିଲେ। ୧୪ ଓଭର ବେଳକୁ ଦଳ ୧୨୪ ରନ୍ କରି ୫ ୱିକେଟ୍ ହରାଇ ସାରିଥିଲା।

ଅନ୍ୟପଟେ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ ଲିଆମ ଲିବିଂଷ୍ଟୋନ୍ । ହେଲେ ଦଳର ସ୍କୋର ୧୫୬ ବେଳେ ତାଙ୍କର ବି ୱିକେଟ୍ ପଡ଼ିଥିଲା। ଲିବିଂଷ୍ଟୋନ୍ ଙ୍କୁ ଆଉଟ୍ କରିଥିଲେ ରଶିଦ ଖାନ୍। ସେ ମାତ୍ର ୨୭ ବଲ୍ ଖେଳି ୬୪ ରନ୍ କରିଥିଲେ। ଏହାପରେ ଶାହାରୁଖ ଖାନ୍ ୮ ବଲ୍‌ରେ ୧୫ ରନ୍ କରି ରଶିଦ ଖାନ୍‌ଙ୍କ ଶିକାର ହୋଇଥିଲେ।

ସେହିପରି କାଗିସୋ ରାବଡ଼ା ମାତ୍ର ୧ ରନ୍ କରି ରନ୍‌ଆଉଟ ହୋଇଥିବା ବେଳେ ବୈଭବ ଅରୋରା ମାତ୍ର ୨ ରନ୍‌, ରାହୁଲ ଚହର ୨୨ ରନ୍ ଅର୍ଶଦୀପ ସିଂହ ୧୦ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଫଳରେ ଦଳ ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ୧୮୯ ରନ୍ କରିପାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.