୩ ମାସରେ ୬୦ ଲକ୍ଷ ଟଙ୍କାର ଖାଇବା ଖାଇଥିଲେ ଚନ୍ନୀ, ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଉପରେ ବଡ଼ ଖୁଲାସା

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କ କାର୍ଯ୍ୟକାଳ ସମୟର ଏକ ଚକିତ କଲା ଭଳି ଘଟଣା ସାମନାକୁ ଆସିଛି । ମାତ୍ର ତିନି ମାସ ପାଇଁ ମୁଖ୍ୟମନ୍ତ୍ରୀ ଥିବା ଚରଣଜୀତ ସିଂ ଚନ୍ନୀଙ୍କ ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରୀ ଭୋଜନର ଖାଇବା ଖର୍ଚ୍ଚ ପଞ୍ଜାବ ସରକାର ବହନ କରିଛନ୍ତି । ପୂର୍ବତନ ସିଏମ ଚନ୍ନୀ ନିଜର ତିନି ମାସର କାର୍ଯ୍ୟକାଳ ସମୟରେ ପ୍ରାୟ ୬୦ ଲକ୍ଷ ଟଙ୍କାର ଖାଇବା ଖାଇଛନ୍ତି । ଏକ ଆରଟିଆଇ ଆବେଦନରୁ ଏହି ଖୁଲାସା ହୋଇଛି ।

ଚନ୍ନୀଙ୍କ ଖାଇବା ଥାଳି ପାଇଁ ପଞ୍ଜାବ ସରକାର ୩୦୦ରୁ ଆରମ୍ଭ କରି ୩୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଚନ୍ନୀଙ୍କ ପାଇଁ କେବେ ୩୦୦ ଟଙ୍କା ତ କେବେ ୫୦୦ ଟଙ୍କାର ଖାଇବା ଥାଳି ଆସିଥିଲା । ତାଜ ହୋଟେଲରୁ ୩୯୦୦ ଟଙ୍କାର ମହଙ୍ଗା ଥାଳି ମଧ୍ୟ ଅଣାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀ ଗତ ଶନିବାର ଆପ୍ ସରକାର ଉପରେ ଅଭିଯୋଗ ଆଣିଥିଲେ ଯେ ମାନ୍ ସରକାର ତାଙ୍କ ପଛରେ ପଡିଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ଯୋଜନା କରୁଛି । ଚନ୍ନୀ କିଛି ଦିନ ପୂର୍ବରେ ଆମେରିକା ଏବଂ କାନାଡାରେ କିଛି ଦିନ ବିତାଇବା ପରେ ପଞ୍ଜାବ ଫେରିଛନ୍ତି। ଏହାପରେ ତାଙ୍କ ଉପରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.