ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା, ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ

Published By : Prameya-News7 Bureau | May 31, 2025 IST

ଭୁବନେଶ୍ବର ୩୧: ବେଆଇନ ମଦ କାରବାରରେ ରୋକ୍ ଲଗାଇବା ନେଇ ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା । ସେସନ କୋର୍ଟରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ । ରାଜ୍ୟରୁ ତମାଖୁ ବନ୍ଦ ହେବା ଦରକାର । ମଦର ପ୍ରସାରଣ ବନ୍ଦ ହେବାର ଆବଶ୍ୟକ ଅଛି । ଡ୍ରଗ୍ସ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ । 

ଓଡ଼ିଶାରେ ପ୍ରଥମ ଥର ପାଇଁ ଏମିତି ଏକ ବଡ଼ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜୁନ୍ ୨୬ ଯାଏଁ ପ୍ରଥମ ପର୍ଯ୍ୟାୟ ସଚେତନତା ଚାଲିବ ଏବଂ ପରେ ଦ୍ଵିତୀୟ ପର୍ଯ୍ୟାୟ ହେବ । ବେଆଇନ ମଦ କାରବାର ରୋକିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ଗତ ବର୍ଷ ସବୁଠାରୁ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏନ୍‌ଫୋର୍ସମେଣ୍ଟ ଆହୁରି ଅଧିକ କରାଯିବ । ବେଆଇନ ମଦ କାରବାରକୁ ଓଡ଼ିଶା ସରକାର ଦମନ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।


You Can Read:

ଏଣିକି ସାବାଡ଼୍ ହେବେ ମଦୁଆ, ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼



  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.