ଜଗତସିଂହପୁର ୧୮।୭: ଜଗତସିଂହପୁର ସହର ସ୍ଥିତ ଚର୍ଚ୍ଚିକା ବଜାର ଠାରେ ଥିବା ଏକ ଘରୋଇ ନର୍ସିଂହୋମରେ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କର ମୃତ୍ୟୁ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ତରଡା ଗାଁର ରଞ୍ଜିତ ସ୍ୱାଇଁଙ୍କ ସ୍ତ୍ରୀ ସସ୍ମିତା ସ୍ୱାଇଁ ଗୁରୁବାର ଚର୍ଚ୍ଚିକା ବଜାର ଠାରେ ଥିବା ଏକ ଘରୋଇ ନର୍ସିଂହୋମ୍ରେ ଆଡମିଶନ ହୋଇଥିଲେ । ହେଲେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ନର୍ସିଂହୋମ ଆଗରେ ମୃତଦେହ ରଖି ଗଣଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ମୁତୟନ କରାଯାଇଛି । କ୍ଷତିପୂରଣ ଦାବି ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିବା ଦାବିରେ ଜଗତସିଂହପୁର-ପାରାଦୀପ ମୁଖ୍ୟରାସ୍ତାକୁ ଉତ୍ତ୍ୟକ୍ତ ଲୋକମାନେ ଅବରୋଧ କରି ରଖିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।
You Can Read: