କୁନି ଆର୍ଟିଷ୍ଟଙ୍କ ହାତର କମାଲ୍ : ମେଟ୍ ଗାଲା ଇଭେଣ୍ଟ କ୍ୟାନସେଲ୍ ହେବା ସତ୍ତ୍ୱେ ପ୍ରିନସେସ୍ ଥିମ୍ ପାଇଁ ମେକଅପ୍ ହେଲେ ପ୍ରିୟଙ୍କା ଚୋପ୍ରା
6/05/2020 at 5:07 PM

ମୁମ୍ବାଇ ୬/୫: ପ୍ରିୟଙ୍କା ଚୋପ୍ରା ଏବେ କାଲିଫର୍ଣ୍ଣିଆରେ ନିଜ ନିକଟତର ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରୁଛନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ପ୍ରିୟଙ୍କା ଲଗାତାର ନିଜ ହୋମ୍ ଷ୍ଟେ ଡାୟରୀ ସେୟାର କରୁଛନ୍ତି ଯେଉଁଥିରେ ତାଙ୍କ ସହ ତାଙ୍କ ଝିଆରୀ କୃଷ୍ଣାଙ୍କ ମସ୍ତି ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ପ୍ରିୟଙ୍କା ଝିଆରୀଙ୍କଠୁ ମେକଅପ୍ କରାଉଥିବାବେଳେ କ୍ୟୁଟ୍ ଫଟୋ ସେୟାର କରିଛନ୍ତି ଯେଉଁଥିରେ କୃଷ୍ଣା ତାଙ୍କୁ ପ୍ରିନସେସ୍ ଲୁକ୍ ଦେବାକୁ ପ୍ରୟାସ କରୁଛନ୍ତି।
ନିକଟରେ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଝିଆରୀ କୃଷ୍ଣା ସ୍କାଏଙ୍କ ସହ କିଛି କ୍ୟୁଟ ଫଟୋ ସେୟାର କରିଛନ୍ତି। ଯାହା ସହ ସେ ଲେଖିଛନ୍ତି,’ ମେ ର ପ୍ରଥମ ସୋମବାର। ଏବର୍ଷର ପାର୍ଟି ଥିମ୍ ହେଉଛି ସୁନ୍ଦର ସୁନ୍ଦର ପ୍ରିନସେସ୍। ଗ୍ଲାମ୍ ଏବଂ କ୍ରିଏଟିଭ ଡାଇରେକ୍ସନ୍- ସ୍କାଏ କୃଷ୍ଣା ଏବଂ ଦିବ୍ୟା ଜ୍ୟୋତି’। ଏବର୍ଷ ମେଟ୍ ଗାଲା ମେ ୪ତାରିଖରୁ ହେବାର ଥିଲା କିନ୍ତୁ ଲକଡାଉନ୍ ଯୋଗୁଁ ହୋଇପାରିଲା ନାହିଁ। ଏହି ସମୟରେ ପ୍ରିୟଙ୍କା ଘରେ ହିଁ ପ୍ରିଟି ପ୍ରିନସେସ୍ ଥିମରେ କୁନି ଆର୍ଟିଷ୍ଟଠୁ ମେକଅପ୍ ହେଉଛନ୍ତି।
ପ୍ରିୟଙ୍କା କାଲିଫର୍ଣ୍ଣିଆରୁ ଲଗାତାର କ୍ୟୁଟ୍ କୃଷ୍ଣାଙ୍କ ସହ ଫଟୋ ସେୟାର କରୁଛନ୍ତି। ନିକଟରେ ପ୍ରିୟଙ୍କା ଆଉ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କୃଷ୍ଣାଙ୍କୁ ଉଠାଇ ଓ୍ବାର୍କଆଉଟ୍ କରୁଥିବା ନଜର ଆସିଥିଲେ। ଏହା ପୂର୍ବରୁ ମଧ୍ୟ ଅନେକ ଥର କୃଷ୍ଣାଙ୍କୁ ପ୍ରିୟଙ୍କାଙ୍କ ଦେଖାଯାଇଛି।
ପ୍ରିୟଙ୍କାଙ୍କ ସହ ତାଙ୍କ ଫଟୋରେ ନଜର ଆସୁଥିବା ଝିଅଟି ତାଙ୍କ ଷ୍ଟାଇଲିଷ୍ଟ ଦିବ୍ୟା ଜ୍ୟୋତିଙ୍କ ଝିଅ। ଦିବ୍ୟା ଦୀର୍ଘ ଦିନରୁ ପ୍ରିୟଙ୍କାଙ୍କ ସହ କାମ କରୁଛନ୍ତି ଯାହାକୁ ପ୍ରିୟଙ୍କା ନିଜ ପରିବାର ଭଳି ମାନନ୍ତି।
