ବିବାହ ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିଲା ଖରାପ ଖବର : ଦେବାଳିଆ ସ୍ଥିତିରେ ପଲ୍ ଜୋନ୍ସଙ୍କ କମ୍ପାନୀ

Published By : Prameya-News7 Bureau | September 02, 2018 IST

ମୁମ୍ବାଇ ୨|୯: ବିବାହ ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏକ ଖରାପ ଖବର ଶୁଣିବାକୁ ମିଳିଛି । ତାଙ୍କର ଭାବି ଶ୍ବଶୁର ପଲ୍ ଜୋନ୍ସଙ୍କ କମ୍ପାନୀ ଦେବାଳିଆ ସ୍ଥିତିରେ ଅଛି । ପଲ୍ ଜୋନ୍ସ ହେଉଛନ୍ତି ପଲ୍ କନ୍‌ଷ୍ଟ୍ରକସନ ଏବଂ ରିଅଲ ଇଷ୍ଟେଟ୍ କମ୍ପାନୀର ମାଲିକ । ଏକ ରିପୋର୍ଟ ଅନୁସାରେ ପଲ୍‌ଙ୍କ ଏହି କମ୍ପାନୀ ଉପରେ ଏକ ମିଲିୟନ ଡଲାରରୁ ଅଧିକ କରଜ ରହିଛି । ଯେଉଁଥିରେ ୨୬୮ହଜାର ଡଲାର ଜୋରିମାନା ମଧ୍ୟ ରହିଛି । କେସ୍ ହାରିବା ପରେ ପଲ୍‌ଙ୍କ କମ୍ପାନୀ ଏହି ଅର୍ଥକୁ ଜମା କରିବାର ଥିଲା । ଏହି କରଜରୁ ଛାଡ୍ ପାଇବା ପାଇଁ ପଲ୍ ନିଜର କମ୍ପାନୀ ସହ କିଛି ସମ୍ପତ୍ତି ବିକ୍ରି କରିବାର ମଧ୍ୟ ଯୋଜନା କରିଛନ୍ତି । ପଲ୍‌ଙ୍କ ତିନି ପୁଅ ସିଙ୍ଗର ଅଟନ୍ତି । ସେମାନେ ଚାହିଁଲେ ପଲ୍‌ଙ୍କ ସମ୍ପତ୍ତିକୁ ବିକ୍ରି ହେବାରୁ ବଞ୍ଚାଇପାରିବେ । ଏକ ରିପୋର୍ଟ ଅନୁସାରେ ତାଙ୍କ ପୁଅ ନିକ୍‌ଙ୍କ ସମ୍ପତ୍ତିର ମୂଲ୍ୟ ୨୫ମିଲିୟନ୍ ଡଲାର, କେବିନ୍‌ଙ୍କର ୨୦ମିଲିୟନ୍ ଡଲାର ଏବଂ ଜୋଙ୍କର ୧୮ମିଲୟନ୍ ଡଲାର । ସବୁଠୁ ସାନ ଫ୍ୟାଙ୍କିଙ୍କର ମଧ୍ୟ ୩ ମିଲିୟନ ଡଲାରର ସମ୍ପତ୍ତି ରହିଛି । ବୋହୂ ପ୍ରିୟଙ୍କା ଚୋପ୍ରା ମଧ୍ୟ କେଉଁଥିରେ କମ୍ ନୁହଁନ୍ତି । ୨୦୧୬ ମସିହା ଜୁନ୍ ୧ ତାରିଖରୁ ୨୦୧୭ ମସିହା ଜୁନ୍ ୧ ତାରିଖ ମଧ୍ୟରେ ତାଙ୍କର ଆୟର ରିପୋର୍ଟ ତାଙ୍କ ପାଖରେ ୭୫କୋଟି ଟଙ୍କାର ସମ୍ପତ୍ତି ଅଛି । ପ୍ରିୟଙ୍କା ବହୁତ ଶୀଘ୍ର ହଲିଉଡର କିଛି ବ୍ରାଣ୍ଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଏହା ଫଳରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ବଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.