ଦୁର୍ଘଟଣାରୁ ବର୍ତ୍ତିଲେ ପ୍ରିନ୍ସ ହାରି ଓ ମେଘନ ମାର୍କଲେ, ସମାରୋହରୁ ଫେରୁଥିବା ବେଳେ ଅଘଟଣ
18/05/2023 at 9:21 AM

ବ୍ରିଟେନ୍ ୧୮/୦୫: ଦୁର୍ଘଟଣାରୁ ବର୍ତ୍ତିଲେ ବ୍ରିଟେନର ପ୍ରିନ୍ସ ହାରି ଓ ତାଙ୍କ ପତ୍ନୀ ମେଘନ ମାର୍କଲେ । ଆମେରିକା ଗସ୍ତରେ ଥିବା ଏହି ଦମ୍ପତିଙ୍କ କାର୍ କୁ ପାପ୍ପାରାଜି ପିଛା କରିବାରୁ ଏଭଳି ସ୍ଥିତି ଉପୁଜିଥିଲା ।
ସାମ୍ବାଦିକ ଓ ଫଟୋଗ୍ରାଫର ଉଭୟଙ୍କ ଫଟୋ ନେବା ଲାଗି ତାଙ୍କ କାର୍ କୁ ପିଛା କରିଥିଲେ ଏବଂ ସ୍ଥିତି ଏପରି ହୋଇଥିଲା ଯେ,ଏକାଧିକ ଥର ଦୁର୍ଘଟଣାରୁ ବର୍ତ୍ତିଥିଲେ । କେତେବେଳେ ତାଙ୍କ କାର୍ ଯାତ୍ରୀଙ୍କୁ ମାଡ଼ କରିବାରୁ ବର୍ତ୍ତିଥିଲା ,ତ ଆଉ କେତେବେଳେ ଅନ୍ୟ କାର୍ ସହିତ ଧକ୍କା ହେବାରୁ ବର୍ତ୍ତିଥିଲା। ନ୍ୟୁୟର୍କରେ ୱିମେନ୍ ଅଫ୍ ଭିଜନ୍ ଆୱର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଉଭୟ ବାହାରିଥିଲେ।
ଏଥିରେ ମେଘନାଙ୍କ ମା ଡୋରିଆ ରାଗଲାଣ୍ଡ ମଧ୍ୟ କାର୍ ରେ ଥିଲେ। କିଙ୍ଗ ଚାର୍ଲସଙ୍କ ସିଂହାସନ ଆରୋହଣ ପରେ ପ୍ରିନ୍ସ ହ୍ୟାରି ପ୍ରଥମ ଥର ବିଦେଶ ଗସ୍ତରେ ଯାଇଥିଲେ। ତେବେ ସେଠାରେ ଘଟିଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ପାଖାପାଖି ୨ ଘଣ୍ଟା ଧରି ସାମ୍ବାଦିକମାନେ ତାଙ୍କର ପିଛା କରିଥିଲେ। ୧୯୯୭ ରେ ସମାନ ଧରଣର ଏକ ଘଟଣାରେ ତାଙ୍କ ମା ଡାଏନାଙ୍କର ପ୍ୟାରିସରେ ମୃତ୍ୟୁ ଘଟିଥିଲା ।