Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ବଧେଇ ଜଣାଇଲେ ରାହୁଲ, ଶୁଭେଚ୍ଛା ବାର୍ତ୍ତାରେ କ’ଣ ଲେଖିଲେ ଜାଣନ୍ତି ?

17/09/2023 at 4:23 PM

Rahul Gandhi wishes PM Modi

ନୂଆଦିଲ୍ଲୀ: ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ। ୭୩ ବର୍ଷରେ ପାଦ ଦେଲେ ମୋଦୀ। ଏହି ଅବସରରେ ଦେଶ ବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୋଦୀଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାହୁଲ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା” ରାହୁଲଙ୍କ ସମେତ ଦେଶ ବିଦେଶର ନେତାମାନେ ମଧ୍ୟ ମୋଦୀଙ୍କୁ ଜନ୍ମଦିନ ବଧେଇ ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ହାର୍ଦିକ ବଧାଇ ଓ ଶୁଭକାମନା। ମୁଁ ଚାହୁଁଛି ଯେ ଆପଣଙ୍କର ସୁଦୂରପ୍ରସାରୀ ଦୂରଦୃଷ୍ଟି ଏବଂ ଦୃଢ଼ ନେତୃତ୍ୱ ସହ ଆପଣ ‘ଅମୃତ କାଳ’ରେ ଭାରତର ସାମଗ୍ରିକ ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରନ୍ତୁ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ସର୍ବଦା ସୁସ୍ଥ ଏବଂ ଖୁସି ରୁହ। ଆପଣ ଚମତ୍କାର ନେତୃତ୍ୱ ସହିତ ଦେଶବାସୀଙ୍କୁ ଉପକାର ଜାରି ରଖନ୍ତୁ।

ପଢ଼ନ୍ତୁ-ବିଶ୍ବବିନ୍ଧାଣୀଙ୍କ ପୂଜାରେ ‘ବିଶ୍ବକର୍ମା’ ଯୋଜନାର ଶୁଭାରମ୍ଭ; ଖର୍ଚ୍ଚ ହେବ ୧୩ ହଜାର କୋଟି

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୋଦୀଙ୍କୁ ନୂଆ ଭାରତର ବିନ୍ଧାଣୀ ବୋଲି କହିବା ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଭାରତର ବିନ୍ଧାଣୀ ମୋଦୀ ଜୀ ଆମ ଦେଶର ପ୍ରାଚୀନ ଐତିହ୍ୟ ଆଧାରରେ ଏକ ନୂତନ ତଥା ଆତ୍ମନିର୍ଭରଶୀଳ ଭାରତର ଦୃଢ଼ ମୂଳଦୁଆ ପକାଇବାର କାର୍ଯ୍ୟ କରିଛନ୍ତି। ମୋଦୀଙ୍କ ଟାରୁ ରାଷ୍ଟ୍ରହିତ ସର୍ବୋପରି ପ୍ରରଣା ମିଳିଥାଏ। ସେହିପରି ବିଜେପି ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଦି ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

   Related Posts